fbpx

କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କାର ଠକେଇ

ଭୁବନେଶ୍ଵର: କ୍ରିପ୍ଟୋ କରେନ୍ସିରେ ବିନିଯୋଗ ନାଁରେ ୧୪ କୋଟି ଟଙ୍କା ଠକେଇ । ଫାଇଭ ଷ୍ଟାର ହୋଟେଲରେ ମିଟିଂ କରି ଲୋକଙ୍କୁ ଚୁନା ଲଗାଉଥିଲେ । ୨ କାର୍ପଟଦାରଙ୍କୁ ଏହି ଘଟଣାରେ ଗିରଫ କଲା ଅର୍ଥନୈତିକ ଅପରାଧ ଶାଖା। ୨ ଅଭିଯୁକ୍ତ ହେଲେ ରାଜସ୍ଥାନ ଅନୁପଗଡ଼ର ବେଦ ପ୍ରକାଶ ଓ ସୁନ୍ଦରଗଡ଼ର ସୁଧୀର ପଟେଲ । ପ୍ରେମ ସାଗର ଖମାରୀଙ୍କ ଅଭିଯୋଗକ୍ରମେ କେସ ନମ୍ବର ୨୮ ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ଓ ଆଇଟି ଆକ୍ଟ ଅଧୀନରେ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ବେଦପ୍ରକାଶ ରାଜସ୍ଥାନ ପୋଲିସରେ ଜଣେ କନଷ୍ଟେବଳ ଭାବେ କାମ କରୁଥିଲେ । ୫ ବର୍ଷ ତଳେ ଟଙ୍କା ହେରଫେର ଘଟଣାରେ ଅଭିଯୁକ୍ତକୁ ପୋଲିସ ଚାକିରିରୁ ବିଦା କରାଯାଇଥିଲା ।

ଯୁକ୍ତ ୨ ଫେଲ ହୋଇଥିବା ବେଦପ୍ରକାଶ ନିଜକୁ ଠକ କମ୍ପାନୀର ଜାତୀୟ ମୁଖ୍ୟ ବୋଲି ପରିଚୟ ଦେଉଥିଲା । ୨୦୨୨ ମସିହାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରମସନାଲ ମିଟିଂ କରି କ୍ରିପ୍ଟ ସମ୍ପର୍କରେ ବିଶ୍ୱାସ ଜନ୍ମାଉଥିଲେ । ସୋସିଆଲ ମିଡିଆରେ କ୍ରିପ୍ଟ ର ଲାଭ ସଂପର୍କ ମିଛ ପ୍ରତିଶ୍ରୁତି ଦେଉଥିଲେ । ସରଳ ଲୋକଙ୍କ ବିଶ୍ୱାସ ରେ ବିଷ ମିଶାଉଥିଲେ। ମୁଖ୍ୟତଃ ଅଶିକ୍ଷିତ ଲୋକଙ୍କୁ ଟାର୍ଗେଟ କରୁଥିଲେ । କିନ୍ତୁ ଉଦ୍ବେଗ ର କଥା ଟଙ୍କାଟିଏ ମଧ୍ୟ ଲୋକଙ୍କ ଟଙ୍କାକୁ କ୍ରିପ୍ଟ ରେ ବିନିଯୋଗ କରିନଥିଲେ । ପୁରୀ, ଭୁବନେଶ୍ୱର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ବରଗଡ଼ ର ୫ ଶହ ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ।

Get real time updates directly on you device, subscribe now.