fbpx

ମତାମତ ଲୋଡିଲେ ବିଜେଡି ସୁପ୍ରିମୋ ନବୀନ

Advertisement

ଭୁବନେଶ୍ୱର,୨୧ ।୧୨(ଓଡିଶା ଭାସ୍କର): ରାଜ୍ୟ କାର୍ଯ୍ୟାଳୟରେ ବିଜେଡି ରାଜ୍ୟ ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକ ଓ ଜିଲ୍ଲା ସଭାପତି ଉପସ୍ଥିତ ରହିଥିଲେ । ତୃଣମୂଳସ୍ତରରେ ଦଳକୁ ଅଧିକ କ୍ରିୟାଶୀଳ କରିବା ନେଇ ଆଲୋଚନା ହୋଇଥିବା ଜଣାପଡିଛି । ବୈଠକରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମତାମତ ମାଗିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସରକାର ଓ ସଙ୍ଗଠନ ପାଇଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମତାମତ ଦେବାକୁ ନବୀନ କହିଛନ୍ତି । ଦଳୀୟ କାର୍ଯ୍ୟକ୍ରମରେ ରଖାଯାଇଥିବା ଡ୍ରପ୍ ବକ୍ସରେ ସନ୍ଧ୍ୟା ସୁଦ୍ଧା ମତାମତ ଦିଆଯିବ ।

Get real time updates directly on you device, subscribe now.