fbpx

ଗୁଗୁଲ ପେ ନୁହେଁ କି ଫୋନ ପେ ନୁହେଁ ସିଧାସଳଖ ‘ପକେଟ ପେ’ ଲାଞ୍ଚ ନେଉଛନ୍ତି ମହିଳା ପୋଲିସ, ଜାଣନ୍ତୁ କିପରି ?

Advertisement

ବର୍ତ୍ତମାନର ସମୟରେ ଇଣ୍ଟରନେଟରେ କେତେବେଳେ କଣ ଭାଇରାଲ ହେଉଛି ତାହା ଜାଣିବା ମୁସ୍କିଲ । ତେବେ ଆଜିକାଲି ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଜଣେ ମହିଳା ପୋଲିସ ଏକ ଭିନ୍ନ ଉପାୟରେ ଲାଞ୍ଚ ଗ୍ରହଣ କରୁଥିବା ଦେଖାଯାଇଛି ।

ସୂଚନା ଅନୁସାରେ, ଘଟଣାଟି ପୁଣେର ସାଇ ଚୌକ ନିକଟରେ ଘଟିଥିଲା । ଡ୍ୟୁଟିରେ ଥିବା ଜଣେ ମହିଳା ପୋଲିସ ସ୍କୁଟିରେ ଆସୁଥିବା ଜଣେ ମହିଳାଙ୍କୁ ଅଟକାଇଥିଲେ । ଏହାପରେ ମହିଳା ପୋଲିସ ତାଙ୍କୁ ଇସାରା ଦେଇ ପାଖକୁ ଡକାଇଥିଲେ ଓ କିଛି ବୁଝାଇ କହିଥିଲେ । ତା’ପରେ ମହିଳା ପୋଲିସ ଜଣଙ୍କ ପ୍ୟାଣ୍ଟର ପଛ ପକେଟରେ କିଛି ପଇସା ରଖି ସ୍କୁଟି ମହିଳା ଜଣକ ସେଠାରୁ ଚାଲିଯାଇଥିଲେ ।

ଏହି ଘଟଣାଟି ଯେ ରେକର୍ଡ ହେଉଛି, ତାହା ମହିଳା ପୋଲିସ ଜଣଙ୍କୁ ଅଜଣା ଥିଲା । ନିକଟରେ ଏକ କୋଠାରେ ଥିବା କିଛି ଲୋକ ଫୋନରେ ଏହି ଦୃଶ୍ୟକୁ କଏଦ କରିନେଇଥିଲେ । ଏହାପରେ ଭିଡିଓଟି ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଥିଲା । ବହୁ ଲୋକ ଏହାକୁ ନେଇ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଲେ । ଜଣେ ବ୍ୟକ୍ତି ଭିଡିଓଟିକୁ ଟ୍ୱିଟରରେ ଶେୟାର କରି ଲେଖିଥିଲେ- ‘ନା ଗୁଗୁଲ ପେ ନା ଫୋନ ପେ ନା ୟୁପିଆଇ… ସିଧାସଳଖ ପକେଟ ପେ’… ।

ଆଉ ଏକ ସୋସିଆଲ ମିଡ଼ିଆରେ ଜଣେ ୟୁଜର ଲେଖିଛନ୍ତି- ପଇସା ରୋଜଗାର କରିବା ପାଇଁ ଏହା ସବୁଠାରୁ ସହଜ ମାଧ୍ୟମ ଅଟେ । ତେଣୁ ଅଧିକାଂଶ ଲୋକ ପକେଟ ପେ ମାଧ୍ୟମରେ ପେମେଣ୍ଟ ନେଣଦେଣ କରୁଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମହିଳା ପୋଲିସ ଜଣଙ୍କର ପରିଚୟ ମିଳିପାରିନାହିଁ ।

Get real time updates directly on you device, subscribe now.