fbpx
BJD SKY
BJD SKY

ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ଼ ନିଷ୍ପତ୍ତି: ୩ ଜଣ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଘୋଷଣା

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ଓଡ଼ିଶାରେ ମେ ୧୩ରୁ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ ଟିକେଟ କଟିବା କାରଣରୁ କିଛି ନେତା ଅନ୍ୟ ଦଳରେ ସାମିଲ ହେଉଥିବାର ଦେଖାଯାଉଛି ।

ତେବେ ଏହା ମଧ୍ୟରେ ବିଜେଡି ଶିବିରରୁ ଆସିଛି ଏକ ବଡ଼ ଖବର । ୩ ଜଣ ନେତାଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର କରିନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକର ଦେବେନ୍ଦ୍ର ଜୋଶୀ ଓ ରବିନ୍ଦ୍ର ଠାକୁର, ବିଜେପୁର ବ୍ଲକର ଲଲିତା ପାଢ଼ୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିନିଆଯାଇଛି । ଏହି ଆଦେଶ ତ୍ୱରିତ ଭାବେ କାର୍ଯ୍ୟକାରୀ ହେବ । ଏନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ସୂଚନା ଜାରି କରିଛନ୍ତି ।

Get real time updates directly on you device, subscribe now.