fbpx

ଏପ୍ରିଲ ୨୩ରେ ହେବ PGT ଗଣିତ ପଦ ପାଇଁ ଇଣ୍ଟରଭ୍ୟୁ: OPSC ୱେବସାଇଟରେ ଜାରି ହେଲା ଯୋଗ୍ୟ ପ୍ରାର୍ଥୀଙ୍କ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ଏପ୍ରିଲ ମାସ ୩୦ ତାରିଖରେ ପିଜିଟି ଗଣିତ ପଦର ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ପ୍ରାର୍ଥୀ ଡକ୍ୟୁମେଣ୍ଟ ଭେରିଫିକେସନ ଓ ସାକ୍ଷାତକାର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । କଟକର ଡ. ପି.କେ ପରିଜା ରୋଡ଼ ସ୍ଥିତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) କାର୍ଯ୍ୟାଳୟରେ ଏପ୍ରିଲ ମାସ ୨୩ ତାରିଖରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ନିଆଯିବ । କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କର ଏକ ଲିଷ୍ଟ ଓପିଏସସି ୱେବସାଇଟରେ ଜାରି କରାଯାଇଛି ।

ପ୍ରାର୍ଥୀମାନେ ଅନଲାଇନ୍ ଆପ୍ଲିକେସନର ହାର୍ଡ କପି ସାଙ୍ଗରେ ନେଇ ଧାର୍ଯ୍ୟ ଠିକଣାରେ ପହଞ୍ଚିବେ । ଏଥିସହିତ ପ୍ରାର୍ଥୀମାନେ ‘ଆଟେଷ୍ଟେସନ ଫର୍ମ’, ‘ବାୟୋ-ଡାଟା ଫର୍ମ’, ସେଲଫ ଆଟେଷ୍ଟେଡ ଡକ୍ୟୁମେଣ୍ଟ/ ସାର୍ଟିଫିକେଟ କପି ସାଙ୍ଗରେ ନେବେ । ପ୍ରାର୍ଥୀମାନେ ଓପିଏସସି ୱେବସାଇଟରୁ ‘ଆଟେଷ୍ଟେସନ ଫର୍ମ’ ଓ ‘ବାୟୋ-ଡାଟା ଫର୍ମ’ ଡାଉନଲୋଡ୍ କରିପାରିବେ । ୨୩ ତାରିଖ ସକାଳ ୮.୩୦ରେ ଡକୁମେଣ୍ଟ ଯାଞ୍ଚ ଓ ୧୦.୩୦ରେ ସାକ୍ଷାତକାର ପାଇଁ ସମୟ ନିର୍ଦ୍ଧାରିତ କରାଯାଇଛି । ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ଏ ବାବଦରେ ଅଧିକ ତଥ୍ୟ ଜାଣି ପାରିବେ ।

Get real time updates directly on you device, subscribe now.