fbpx
BJD SKY
BJD SKY

ଟିଟିଇଙ୍କୁ ଚଳନ୍ତା ଟ୍ରେନରୁ ଠେଲିଦେଲେ ଯାତ୍ରୀ, ମାଡିଗଲା ସାମ୍ନାରୁ ଆସୁଥିବା ଅନ୍ୟ ଏକ ଟ୍ରେନ୍‌

BJD

ନୂଆଦିଲ୍ଲୀ:କେରଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଓଡ଼ିଶାର ଜଣେ ପ୍ରବାସୀ ଶ୍ରମିକଙ୍କୁ ରେଳବିଭାଗ ପୋଲିସ ଚଳନ୍ତା ଟ୍ରେନରୁ ଟିଟିଇଙ୍କୁ ଠେଲିଦେବା ଅଭିଯୋଗରେ ଗିରଫ କରିଛି । ଟ୍ରେନ୍‌ରୁ ଖସି ପଡିବା ପରେ ଟିଟିଇଙ୍କ ମୃତ୍ୟୁ ହୋଇଯାଇଛି । ଓଡ଼ିଶା ଗଞ୍ଜାମର ମୂଳ ନିବାସୀ ଅଭିଯୁକ୍ତ ରଜନୀକାନ୍ତଙ୍କୁ ପଲକ୍କଡ ଜିଲ୍ଲାରୁ ଗିରଫ କରାଯାଇଛି ।

ବିିଶେଷ ସୂତ୍ରରୁ ଜଣାପଡିଛି କି ଅଭିଯୁକ୍ତ ବିନା ଟିକେଟରେ ଯାତ୍ରା କରୁଥିଲେ । ଯେତେବେଳେ ଟିଟିଇ ତାଙ୍କୁ ଧରିଥିଲେ ସେତେବେଳେ ସେ ରାଗରେ ତାଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ । ଏହି ଘଟଣା ଏର୍ଣ୍ଣାକୁଲମରୁ ପାଟନା ଯାଉଥିବା ଏକ ଟ୍ରେନ୍‌ରେ ଘଟିଛି । ଏର୍ଣ୍ଣାକୁଲମର ଟିଟିଇ ବିନୋଦଙ୍କୁ ରଜନୀକାନ୍ତ ଚଳନ୍ତା ଟ୍ରେନ୍‌ରୁ ଧକ୍କା ଦେଇଛନ୍ତି । ଧକ୍କା ଲାଗିବା ପରେ ଯେତେବେଳେ ଟିଟିଇ ରେଳ ଧାରଣାରେ ଖସି ପଡିଛନ୍ତି ସେତେବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରେନ୍ ତାଙ୍କ ଉପରେ ଚଢିଯାଇଥିଲା । ଘଟଣା ପରେ ତୁରନ୍ତ ଅଭିଯୁକ୍ତକୁ ନିକଟବର୍ତ୍ତୀ ପଲ୍ଲକଡ ଜିଲ୍ଲାରୁ ଗିରଫ କରାଯାଇଛି ।

Get real time updates directly on you device, subscribe now.