fbpx

OSSC ଜାରି କଲା ବିଜ୍ଞପ୍ତି: ରାଜ୍ୟ ସରକାରଙ୍କର ୬ଟି ବିଭାଗରେ ପୂରଣ ହେବ ୬୭୩ଟି ପଦବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ମିଳିତ ଉଚ୍ଚ ମାଧ୍ୟମିକ (ଯୁକ୍ତଦୁଇ) ସ୍ତରୀୟ ବା ସମକକ୍ଷ ନିଯୁକ୍ତି ପରୀକ୍ଷା ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ରାଜ୍ୟ ସରକାରଙ୍କର ୬ଟି ବିଭାଗରେ ଆୟୁର୍ବେଦିକ ଆସିଷ୍ଟାଣ୍ଟ, ହୋମିଓପାଥିକ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ, ଜୁନିୟର ମତ୍ସ୍ୟ ଟେକ୍ନିକାଲ ଆସିଷ୍ଟାଣ୍ଟ, କେୟାର ଟେକର ଓ ଅମିନ ପଦ ପୂରଣ ହେବ । ପୂର୍ବରୁ ଶର୍ଟ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏବେ ଓଏସଏସସି ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି କରିଛି ।

ଏପ୍ରିଲ ୨୫ରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ମେ ୨୪ରେ ସରିବ । ସେହିପରି ଅନଲାଇନ୍ ଆପ୍ଲିକେସନ ସବମିସନର ଅନ୍ତିମ ତାରିଖ ମେ ୨୭ ଓ ଅନଲାଇନ୍ ଆପ୍ଲିକେସନ ସଂଶୋଧନର ଅନ୍ତିମ ତାରିଖ ମେ ୨୯ ରହିଛି । ବିଭିନ୍ନ ବିଭାଗରେ ମୋଟ ୬୭୩ଟି ପଦ ଖାଲି ରହିଛି । ଆୟୁର୍ବେଦିକ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ / କାଉନସିଲ / ୟୁନିଭରସିଟିରୁ ଯୁକ୍ତଦୁଇ ବିଜ୍ଞାନ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏଥିପାଇଁ ମୋଟ ୨୨୦ଟି ପଦ ଖାଲି ଥିବା ବେଳେ ମହିଳାଙ୍କ ପାଇଁ ୭୨ଟି ପଦ ସଂରକ୍ଷିତ ରହିଛି । ବୟସ ଯୋଗ୍ୟତା ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ହିସାବକୁ ନିଆଯିବ ।

ହୋମିଓପାଥିକ ଆସିଷ୍ଟାଣ୍ଟ ଓ ୟୁନାନୀ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ/ କାଉନସିଲ / ୟୁନିଭରସିଟିରୁ ଯୁକ୍ତଦୁଇ ବିଜ୍ଞାନ ପାସ୍ କରିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟକ ପଦ ପାଇର୍ ପ୍ରାର୍ଥୀଙ୍କୁ ଯୁକ୍ତ ଦୁଇ ଧନ୍ଦାମୂଳକ ଶିକ୍ଷକା (ଫିସେରିଜ) ପାସ କରିବା ସହିତ ସେ ଭଲ ଭବେ ପହଁରିବା ଜାଣିଥିବେ । ପ୍ରାର୍ଥୀଙ୍କ ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।

କେୟାର ଟେକର ପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ ପାସ କରିବା ସହତ ବୟସ ୨୧ରୁ ୩୮ ମଧ୍ୟରେ ହୋଇଥିବା ଆବଶ୍ୟକ । ଅମିନ ପଦ ପାଇଁ ପ୍ରାର୍ଥୀ କଳା/ ବିଜ୍ଞାନ / ବାଣିଜ୍ୟରେ ଯୁକ୍ତ ଦୁଇ ପାସ କରିବା ସହିତ ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଏସସି, ଏସଟି, ଏସଇବିସି, ମହିଳା, ଏକ୍ସ-ସର୍ଭିସମେନ ଓ ପିଡବ୍ଲ୍ୟୁଡି ବର୍ଗର ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ଅନୁସାରେ ବୟସ କୋହଳ କରାଯିବ । ପ୍ରିଲିମିନାରୀ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ଆଦି ୩ଟି ପର୍ଯ୍ୟାୟରେ ଯୋଗ୍ୟୀ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.