fbpx
BJD SKY
BJD SKY

ଆଖି ବୁଜିଲେ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି, କେଉଁ ଅଭ୍ୟାସ ବଳରେ ସୁସ୍ଥ ଭାବରେ ବଞ୍ଚିଥିଲେ ଏତେ ଦିନ

BJD

ଓଡ଼ିଶା ଭାସ୍କର:ଦକ୍ଷିଣ ଆମେରିକୀୟ ଦେଶ ଭେନଜୁଏଲାରେ ଜଣେ ବ୍ୟକ୍ତିଙ୍କର ୧୧୪ ବର୍ଷରେ ଦେହାନ୍ତ ହୋଇଛି । ଭେନଜୁଏଲା ରାଷ୍ଟ୍ରପତି ନିକୋଲସ ମାଦୁରୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଖବର ସେୟାର କରି କହିଛନ୍ତି, ଜୁଆନ୍ ଭିସେଣ୍ଟ ପେରେଜ୍ ମୋରାଙ୍କର ୧୧୪ ବର୍ଷ ବୟସରେ ଦେହାନ୍ତ ହୋଇଛି । ୨୦୨୨ ଫେବୃୟାରୀ ୪ ତାରିଖରେ ଜୁଆନ୍ ଭିସେଣ୍ଟ ପେରେଜ୍ ମୋରାଙ୍କୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ବିଶ୍ୱର ସବୁଠାରୁ ବୟସ୍କ ବ୍ୟକ୍ତି ଭାବରେ ଘୋଷିତ କରାଯାଇଥିଲା । ଏହି ସମୟରେ ତାଙ୍କୁ ୧୧୨ ବର୍ଷ ୨୫୩ ଦିନ ହୋଇଥିଲା ।

ଜୁଆନଙ୍କ ଜନ୍ମ ୧୯୦୯ ମସିହା ମେ’ ୨୭ ତାରିଖରେ ଭେନଜୁଏଲାର ତଚିରା ରାଜ୍ୟରେ ହୋଇଥିଲା । ଜୁଆନଙ୍କର ୧୧ ପୁଅ ଝିଅ, ୪୧ ନାତି ନାତୁଣୀ, ୧୮ ଅଣନାତି ନାତୁଣୀ ଅଛନ୍ତି । ଭେନେଜୁଏଲାର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କୁ କେବଳ ବୟସାଧିକ କାରଣରୁ ଶୁଣିବାରେ ସମସ୍ୟା ଓ ଉଚ୍ଚ ରକ୍ତଚାପ ସମସ୍ୟା ଥିଲା । ଅନ୍ୟଥା ସେ ପୁରା ସୁସ୍ଥ ଥିଲେ । ସେ ଏତେ ବୟସରେ କୌଣସି ମେଡିସିନ୍ ବି ଖାଉ ନ ଥିଲେ । ସେ ପ୍ରତିଦିନ ଏକ ବିଶେଷ ପ୍ରକାରର ଗୋଟିଏ ଗ୍ଲାସ ମଦ ପିଉଥିଲେ ।

ସେ ତାଙ୍କ ଜୀବନକୁ ଏକ ରୁଟିନବଦ୍ଧ ତରିକାରେ ଜୀଉଁଥିଲେ । ପ୍ରତିଦିନ ସେ କଠୋର ପରିଶ୍ରମ କରୁଥିଲେ । ଛୁଟି ଦିନମାନଙ୍କରେ ଆରାମ କରୁଥିଲେ । ଶୀଘ୍ର ବିଛଣାକୁ ଯାଉଥିଲେ, ଈଶ୍ୱରଙ୍କୁ ଧ୍ୟାନ କରୁଥିଲେ । ଏହି ସବୁ ଅଭ୍ୟାସ ପାଇଁ ସେ ଦୀର୍ଘାୟୁ ହୋଇପାରିଥିଲେ ।

Get real time updates directly on you device, subscribe now.