fbpx

ବିଜେଡି ଓ ବିଜେପି ମୁହାଁମୁହିଁ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ନବୀନ ନିବାସ ଅଭିମୁଖେ ଗଲାବେଳେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି ବିଧାୟକ । ଲୋକସେବା ଭବନରେ ଉଭୟ ପକ୍ଷ ସଦସ୍ୟ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ବିଜେପି ବିଧାୟକ ପଶିବା ବେଳେ ସେମାନଙ୍କୁ ଅଟକାଇଥିଲେ ବିଜେଡି ବିଧାୟକ ।

ତେବେ ବିଧାନସଭା ଅଚଳାବସ୍ଥା ପ୍ରସଙ୍ଗକୁ ନେଇ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି ବିଜେଡି ବିଧାୟକ । ଏନେଇ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ପ୍ରଣବ କହିଛନ୍ତି ଯେ, ‘ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ପ୍ରଥମେ କ୍ଷମା ମାଗନ୍ତୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରି ଗୃହ ସ୍ୱାଭାବିକ ହେଉ ।

ଅନ୍ୟପଟେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସୁବାସ ପାଣିଗ୍ରାହୀ କହିଛନ୍ତି ଯେ, ‘୬ ଦିନ ହେଲା ଗୃହରେ ଅଚଳାବସ୍ଥା ଲାଗି ରହିଛି । ମୁଖ୍ୟମନ୍ତ୍ରୀ ଧାନ ସଂଗ୍ରହ ପ୍ରତିଶ୍ରୁତି ଦେଲେ କ୍ଷମା ମାଗିବି ।’

Get real time updates directly on you device, subscribe now.