fbpx
BJD SKY
BJD SKY

ଆସନ୍ତା ୨୦ରେ ବିକ୍ଷୋଭ କରିବ ବିଜେଡ଼ି, ଜାଣନ୍ତୁ କାହିଁକି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାନ କିଣାକୁ ନେଇ ବିଜେପିର ଆକ୍ଷେପ ପରେ ଦୃଢ଼ ପ୍ରତିକ୍ରିୟା ରଖିଛି ବିଜେଡି । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଚିତ ଜବାବ ରଖିଛି ବିଜୁ ଜନତା ଦଳ । ଏହା ସହ ଜୁଲାଇ ୨୦ରେ ଏଫସିଆଇ ଗୋଦାମ ଆଗରେ ବିଜେଡ଼ି ଧାରଣ ଦେବ ବୋଲି କହିଛନ୍ତି ବିଜେଡ଼ି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

ଏହା ସହ ଧାନ କିଣାକୁ ନେଇ ବିଜେପି ଉପରେ ବର୍ଷିଛନ୍ତି ସ୍ନେହାଙ୍ଗିନୀ । ରାଜ୍ୟରେ ଧାନ କିଣାକୁ ନେଇ ବିଜେପି କୁମ୍ଭୀର କାନ୍ଦଣା କାନ୍ଦିବା ସହ ରାଜ୍ୟବାସୀଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଉଛି ବୋଲି ସେ କହିଛନ୍ତି । ସ୍ନେହାଙ୍ଗିନୀଙ୍କ ମତରେ, କେବେ ଧାନ କିଣାଯିବ ଏହି ସମୟ କେନ୍ଦ୍ର କରିଥାଏ । ଟୋକନ ସିଷ୍ଟମରେ ଆଉ ଦଲାଲଗିରି ଚଳିବ ନାହିଁ । ଏହା ଦ୍ୱାରା ଚାଷୀମାନେ ନିର୍ଦ୍ଧାରିତ ସମୟରେ ଧାନ ବିକିପାରିବେ । ଟୋକନ ପାଇଥିବା ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯିବ ।’

ତେବେ ବ୍ୟାଙ୍କରେ ବନ୍ଧାପଡ଼ି ରାଜ୍ୟ ସରକାର ଚାଷୀଙ୍କ ଧାନ କିଣୁଥିବା ସ୍ନେହାଙ୍ଗିନୀ କହିଛନ୍ତି । ବକେୟା ଥିବା ୬ ହଜାର ୫୭୦ କୋଟି ଟଙ୍କା କେନ୍ଦ୍ର ସରକାର ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି । ଏହା ସହ ବଳକା ୭ ଲକ୍ଷ ମେଟ୍ରିକ ଟନ୍ ଚାଉଳ କେନ୍ଦ୍ର କେବେ ନେବ ବୋଲି ସ୍ନେହାଙ୍ଗିନୀ ପ୍ରଶ୍ନ କରିଛନ୍ତି । ଚାଷୀଙ୍କ ସମସ୍ୟାକୁ ଦୂର କରିବାକୁ ଧାନ କିଣା ସମୟକୁ ବଢ଼ାଇବାକୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ବିଜେଡ଼ି ।

Get real time updates directly on you device, subscribe now.