fbpx

ଖବର ସଂଗ୍ରହ ବେଳେ ହିଂସାଗ୍ରସ୍ତ ଆଫଗାନିସ୍ତାନରେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା

ନୂଆଦିଲ୍ଲୀ: ଆଫଗାନିସ୍ତାନର ହିଂସାଗ୍ରସ୍ତ କନ୍ଧାରରେ ଜଣେ ଭାରତୀୟ ସାମ୍ବାଦିକଙ୍କୁ ହତ୍ୟା କରାଯାଇଛି। ଆଫଗାନିସ୍ତାନ ରାଷ୍ଟ୍ରଦୂତ ଫରିଦ ମମୁଣ୍ଡଜେ ଶୁକ୍ରବାର ସୂଚନା ଦେଇ କହିଛନ୍ତି ଯେ, କଭରେଜ ସମୟରେ ଗୁରୁବାର ଦିନ ଭାରତୀୟ ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି। ସେ କନ୍ଧାରରେ ଅଫଗାନ୍ ସୁରକ୍ଷା ବାହିନୀ ସହିତ ରିପୋର୍ଟିଂ କରୁଥିଲେ। ଫଟୋ ସାମ୍ବାଦିକ ଦାନିଶ ସିଦ୍ଦିକି ଜଣେ ପୁଲିତ୍ଜର ବିଜେତା ଥିଲେ ।

ଆଫଗାନିସ୍ତାନର ରାଜଦୂତ ଫରୀଦ୍ ମମୁଣ୍ଡଜେ ଟୁଇଟ୍ କରି କହିଛନ୍ତି ଯେ, କାଲି ରାତିରେ କନ୍ଧାରରେ ଦାନିଶ ସିଦ୍ଦିକିଙ୍କ ହତ୍ୟା ଖବର ଶୁଣିବାକୁ ମିଳିଛି । ଭାରତୀୟ ସାମ୍ବାଦିକ ତଥା ପୁଲିତ୍ଜର ପୁରସ୍କାର ବିଜେତା ଅଫଗାନ୍ ସୁରକ୍ଷା ବଳଙ୍କ ସହିତ କଭରେଜ୍ କରୁଥିଲେ ।

ଆଫଗାନିସ୍ତାନର ମିଡିଆ ରିପୋର୍ଟରେ କୁହାଯାଇଛି ଯେ, ସିଦ୍ଦିକିଙ୍କୁ କନ୍ଧାରର ସ୍ପିନ୍ ଜିଲ୍ଲାରେ ହତ୍ୟା କରାଯାଇଛି । କିନ୍ତୁ ଏହି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ମିଳିନାହିଁ । ସେ ନିକଟରେ ଜଣେ ପୁଲିସ୍ କର୍ମୀଙ୍କୁ ବଞ୍ଚାଇବା ପାଇଁ ଅଫଗାନ୍ ର ସ୍ୱତନ୍ତ୍ର ସୁରକ୍ଷା ବଳର ମିଶନ ଉପରେ ରିପୋର୍ଟ କରିଥିଲେ ।

Get real time updates directly on you device, subscribe now.