fbpx

ବଦଳିଲା ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନର ସମୟ

ଭୁବନେଶ୍ୱର, ୨୩ା୧୨(ଓଡ଼ିଶା ଭାସ୍କର): ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନର ସମୟକୁ ବଦଳା ଯାଇଛି । ଡିସେମ୍ବର ୨୬ରେ ଥିବା ସୂର୍ଯ୍ୟୋପରାଗ ଯୋଗୁଁ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ପୂର୍ବାହ୍ନ ପରିବର୍ତ୍ତେ ଅପରାହ୍ନ ୪ଟା ୩୦ରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳନ କରାଯିବ । ରାଜ୍ୟ କାର୍ଯ୍ୟାଳୟ ସମେତ ସବୁ ଜିଲ୍ଲା ସ୍ତରରେ ବି ଏହି ଦିବସ ପାଳନ କରାଯିବ । ଏନେଇ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.