fbpx

‘ମୋ ସରକାର’ରେ ନୂଆ ବିଭାଗ

ଭୁବନେଶ୍ୱର,୨୩ ।୧୨(ଓଡିଶା ଭାସ୍କର): ନୂଆବର୍ଷରେ ରାଜ୍ୟ ସରକାରଙ୍କ ‘ମୋ ସରକାର’ରେ ସାମିଲ ହେବାକୁ ଯାଉଛି ଶ୍ରମ ବିଭାଗ । ଚଞ୍ଚକତା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ୫ଟି ରାଜ୍ୟରେ ଓଡିଆ ଶ୍ରମିକଙ୍କ ପାଇଁ ଖୋଲିଛି ସ୍ୱତନ୍ତ୍ର ହେଲପ୍ ଡେସ୍କ । ବିଦେଶ ଯାଉଥିବା ଶ୍ରମିକଙ୍କ ପାଇଁ ଦିଲ୍ଲୀରେ ସ୍ୱତନ୍ତ୍ର ଡେସ୍କ ଖୋଲାଯିବ । ଏଥିପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଟିପ୍ସ୍ ଦେଲେ ବିଭାଗୀୟ ମନ୍ତ୍ରୀ ଓ ସୁଶାନ୍ତ ସିଂହ ।

ଏହା ସହ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କହିଛନ୍ତି ଯେ, ଦିଲ୍ଲୀରେ ଡେସ୍କ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରାଯାଇଛି । ଦାଦନ ସମସ୍ୟା ରୋକିବାକୁ ଖୁବଶୀଘ୍ର ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।’

ପୂର୍ବରୁ କୃଷି ବିଭାଗର ‘କାଳିଆ’, ଚାଷୀ ପଞ୍ଜୀକରଣ, ଧାନ ସଂଗ୍ରହରେ ଟୋକନ ବ୍ୟବସ୍ଥା, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ‘ମିଶନ ଶକ୍ତି’, ଖାଦ୍ୟ ଯୋଗାଣ ବିଭାଗର ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ ବିଭାଗର ମମତା ଯୋଜନା, ପାନୀୟ ଜଳଯୋଗାଣ ବିଭାଗର ‘ପାନୀୟ ଜଳ’ ଏବଂ ପରିବହନ ବିଭାଗର ‘ବାହନ ଓ ସାରଥୀ’ ମୋ ସରକାରରେ ସାମିଲ ହୋଇଛି । ଏହି ସବୁ କାର୍ଯ୍ୟକ୍ରମ ତଥା ଯୋଜନାରେ ହିତାଧିକାରୀମାନେ ଠିକ୍ ଭାବେ ଉପକୃତ ହେଉଛନ୍ତି କି ନାହିଁ ତାହାର ବିଭାଗୀୟ ଉଚ୍ଚ ଅଧିକାରୀ, ସଚିବ ଓ ମନ୍ତ୍ରୀମାନେ ନିମୟିତ ଅନୁଧ୍ୟାନ ଓ ସମୀକ୍ଷା କରିବେ ।

Get real time updates directly on you device, subscribe now.