fbpx

Poll Counting-2024; ବରୀରେ ବିଜେଡିର ‘ବିଶ୍ୱ’ ବିଜୟ: ଯାଜପୁର ଜିଲ୍ଲାରୁ ବିଜୟ ଅଭିଯାନ ଆରମ୍ଭ କଲା ଶାସକ ଦଳ

ଓଡ଼ିଶା ଭାସ୍କର: ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀରେ ଦମଦାର ବିଜୟ ହାସଲ କରିଛି ବିଜୁ ଜନତା ଦଳ । ୫୨ ହଜାର ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ । ବିଜେପି ଏବଂ କଂଗ୍ରେସର ଦୁଇ ଟାଣୁଆ ନେତାଙ୍କୁ ମାତ୍ ଦେଇ ବିଶ୍ୱ ଏଠାରେ ଏକ ବୃହତ୍ ବିଜୟ ହାସଲ କରିଛନ୍ତି । ବିଜେଡି-ବିଜେପି ଏବଂ କଂଗ୍ରେସ ମଧ୍ୟରେ ଏଠାରେ କଡ଼ା ଟକ୍କର ଦେଖିବାକୁ ମିଳିଥିବା ବେଳେ ବିଜେଡି ବାଜିମାତ୍ କରିଛି । ତେବେ ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀରେ ବିଜେଡି ଶୁଭ ଶଙ୍ଖଧ୍ୱନୀ ବଜାଇବାରେ ସଫଳତା ପାଇଛି ।

ବିଦାନସଭା ଆସନ ଲଢେଇରେ ବରୀ ନିର୍ବାଚନ ମଣ୍ଡଳୀ ଉପରେ ସମସ୍ତଙ୍କ ନଜର ରହିଥିଲା । କାରଣ ଏଠାରେ ତିନୋଟି ଯାକ ପ୍ରମୁଖ ଦଳ ଲୋକପ୍ରିୟ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲେ । ବିଜେଡି ପକ୍ଷରୁ ବିଶ୍ୱରଞ୍ଜନ ମଲ୍ଲିକ ନିର୍ବାଚନ ଲଢୁଥିବା ବେଳେ ବିଜେପିରୁ ଉମେଶ ଜେନା ଏବଂ କଂଗ୍ରେସର ମଙ୍ଗ ଧରିଥିଲେ ଦେବାଶିଷ ନାୟକ । ନିର୍ବାଚନୀ ପ୍ରଚାର ସାଙ୍ଗକୁ ଜନତାଙ୍କ ସମର୍ଥନ ପାଇବା ପାଇଁ ସମସ୍ତ ପ୍ରାର୍ତୀ ଖୁବ ପ୍ରାୟସ କରିଥିଲେ । କିନ୍ତୁ ଆଜି ଭୋଟ ଗଣତି ଆରମ୍ଭ ହେବା ପରେ ଦୁଇ ଜଣ ପ୍ରାର୍ଥୀଙ୍କୁ ଝଟକା ଲାଗିଛି । କଂଗ୍ରେସର ଦେବାଶିଷ ନାୟକ ଏବଂ ବିଜେପିର ଉମେଶ ଜେନା ଜନତାଙ୍କ ପ୍ରିୟଭାଜନ ହେବାରେ ବିଫଳ ହୋଇଥିବା ମନେ ହେଉଛି । ତେଣୁ ବରୀରେ ବିଶ୍ୱ ବା ବିଜେଡିର ବିଜୟ ପରେ ସବୁଆଡ଼େ ଉତ୍ସବମୁଖର ହୋଇଉଠିଛି । ସେପଟେ ବିଶ୍ୱରଞ୍ଜନଙ୍କ ସମର୍ଥକ ବିଜୟ ସେଲିବ୍ରେସନ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରି ସାରିଲେଣି ।

 

Get real time updates directly on you device, subscribe now.