fbpx

ଆଜିଠୁ BJDର ପରିବାର ସମ୍ପର୍କ ଅଭିଯାନ: ଜାନୁଆରି ୨୩ରୁ ମାର୍ଚ୍ଚ ୫ ଯାଏ ଚାଲିବ କାର୍ଯ୍ୟକ୍ରମ

AAKASH

ଭୁବନେଶ୍ୱର: ଆଜିଠୁ BJDର ପରିବାର ସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି । ଜାନୁଆରୀ ୨୩ରୁ ଆରମ୍ଭ ହୋଇ ଏହି ପରିବାର ସମ୍ପର୍କ ଅଭିଯାନ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ଚାଲିବ । ଏହି ପରିବାର ସମ୍ପର୍କ ଅଭିଯାନରେ ଘରେ ଘରେ ସରକାରଙ୍କ ସଫଳତା ପହଞ୍ଚାଇବେ କର୍ମୀ। ଲୋକଙ୍କୁ ଲୋକାଭିମୁଖୀ ଯୋଜନା ନେଇ ସଚେତନ କରାଯିବ ।

ଲିଫ୍‌ଲେଟ୍‌ ମାଧ୍ୟମରେ କ୍ୟାମ୍ପେନ କରିବା ସହ ନବୀନ ସରକାରଙ୍କ ସଫଳତା ସହ ସବୁ ଯୋଜନା ବାବଦରେ ଲୋକଙ୍କୁ ଅବଗତ କରିବ। ଏନେଇ ବଜେଡିର ବରିଷ୍ଠ ନେତା ତଥା ବିଧାୟକ ଦେବୀ ମିଶ୍ର ଗତକାଲି ସୂଚନା ଦେଇଥିଲେ ।

ତାଙ୍କ କହିବା ମୁତାବକ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ପ୍ରତି ବର୍ଷ ପରି ଗତ ବର୍ଷ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ନାରାୟଣ ଜୟନ୍ତୀ ଯାଏ ଜନ ସମ୍ପର୍କ ପଦଯାତ୍ରା ହୋଇଥିଲା। ତା ପରେ ଯେ ପ୍ରତି ନିର୍ବାଚନ ମଣ୍ଡଳୀର ୨୦୦ ପ୍ରତିନିଧିଙ୍କୁ ଶଙ୍ଖ ଭବନରେ ବିଭିନ୍ନ ପ୍ରସଙ୍ଗରେ ଟ୍ରେନିଂ ଦିଆଯାଇଥିଲା। ଡ଼ିସେମ୍ବର ୨୫ ସୁଦ୍ଧା ଜୋନ ସ୍ତରୀୟ ଟ୍ରେନିଂ ସମ୍ପୂର୍ଣ୍ଣ ହୋଇଛି। ଜାନୁଆରୀ ୨୩ ନେତାଜୀ ଜୟନ୍ତୀରୁ ମାର୍ଚ୍ଚ ୫ ବିଜୁ ଜୟନ୍ତୀ ଯାଏ ପରିବାର ସମ୍ପର୍କ ଅଭିଯାନ କରାଯିବ। ଘରେ ଘରେ ପହଞ୍ଚିବା ସହ, ଲିଫ୍‌ଲେଟ୍‌ ମାଧ୍ୟମରେ କ୍ୟାମ୍ପେନ କରାଯିବ। ନବୀନ ସରକାରଙ୍କ ସଫଳତା ଘରେ ଘରେ ପହଞ୍ଚାଇବାକୁ କାର୍ଯ୍ୟକ୍ରମ ହେବ। ଏହାକୁ ସ୍ଥାନୀୟ ନେତୃତ୍ୱ ଅନୁପାଳନ କରିବେ। ଜିଲ୍ଲା ପର୍ଯ୍ୟବେକ୍ଷକ ଏହାକୁ ତଦାରଖ କରିବେ।

ଏହି କାର୍ଯ୍ୟକ୍ରମ ଜରିଆରେ ବିଜେଡିର ନେତୃବୃନ୍ଦ ରାଜ୍ୟର ପ୍ରତିଟି ପରିବାର ନିକଟରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମର ବାର୍ତ୍ତାକୁ ପହଞ୍ଚାଇବେ ବୋଲି ଜଣାପଡ଼ିଛି। ଏନେଇ ଦଳର ବରିଷ୍ଠ ନେତା ତଥା ବିଧାୟକ ଅମର ପ୍ରସାଦ ଶତପଥୀ ଅଧିକ ସୂଚନା ଦେଇ କହିଛନ୍ତି, ଆମେ ପ୍ରତି ପରିବାର ସହ ସମ୍ପର୍କ ନିବିଡ଼ ରଖିଛୁ। ଏହାକୁ ଆହୁରି ନିବିଡ଼ କରିବାକୁ ଗୋଟେ ପରିବାରର ଆବଶ୍ୟକତା ସମ୍ପର୍କରେ ତଥ୍ୟ ନେବାକୁ ପରିବାର ସମ୍ପର୍କ ଅଭିଯାନ ହେବ। ସମାଜର ସବୁ ବର୍ଗରୁ ସମୃଦ୍ଧ କରିବାକୁ ଏହା ହେବ। ଆମେ ପଦଯାତ୍ରା କରିଛୁ। ସରକାରଙ୍କ ଯୋଜନାକୁ ଠିକ ଭାବେ ପହଞ୍ଚାଇବାକୁ ଓ ଆଉ କଣ କରି ହେବ ସେ ନେଇ ମତ ନିଆଯିବ।

Get real time updates directly on you device, subscribe now.