fbpx
BSKY
BJD MS SKY
BJD YOUTH SKY

କଥା କୁହନ୍ତୁ ଏପରି… ହୋଇଯିବେ ସମସ୍ତେ ଇମ୍ପ୍ରେସ୍

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନଙ୍କ ଇଚ୍ଛା ଥାଏ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ନିଜ ପରିଚୟ ସୃଷ୍ଟି କରିବା । କ୍ୟାରିୟର ଏବଂ ଜୀବନରେ ସଫଳତା ପାଇବା ପାଁଇ ସମସ୍ତେ ଚେଷ୍ଟା କରିଥାନ୍ତି । କିନ୍ତୁ କେବଳ କିଛି ଲୋକମାନେ ହିଁ ନିଜ ବ୍ୟକ୍ତିତ୍ୱ ଦ୍ୱାରା ସମସ୍ତଙ୍କୁ ଇମ୍ପ୍ରେସ କରିଥାନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଟିପ୍ସ ଆପଣାଇବା ଦ୍ୱାରା ଆମେ ଅନ୍ୟମାନଙ୍କ ପ୍ରିୟ ଭାଜନ ହୋଇପାରିବା ।

– ସବୁବେଳେ କିଛି କହିବା ପୂର୍ବରୁ ଅନ୍ୟର କଥାକୁ ଧ୍ୟାନର ସହ ଶୁଣନ୍ତୁ । ଅନ୍ୟ ବ୍ୟକ୍ତିଙ୍କୁ ସେମାନଙ୍କ ପକ୍ଷ ରଖିବା ପାଇଁ ସୁଯୋଗ ଦିଅନ୍ତୁ । ସବୁବେଳେ healthy discussion ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ । ଅତଥା ଝଗଡ଼ାରୁ କିଛି ଲାଭ ହେବନି ।

– ଛୋଟ ଛୋଟ କଥାରେ ତୁରନ୍ତ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ । ସ୍ଥାନ, କାଳ ଏବଂ ପାତ୍ର ଦେଖି କଥାବାର୍ତ୍ତା କରିବା ଅନେକ ବିପରିତ ପରିସ୍ଥିତିରୁ ରକ୍ଷା କରିଥାଏ । ସବୁ କଥାରେ କ୍ରୋଧିତ ହେଲେ ଅନ୍ୟମାନେ ଆପଣଙ୍କ ଠାରୁ ଦୂରେଇ ଯିବେ । ଏଭଳି ସ୍ଥିତିରେ କିଛି ସମୟ ପାଇଁ ଶାନ୍ତ ରହିଯାନ୍ତୁ । ପରେ କଥାବାର୍ତ୍ତା ଓ ପରସ୍ପର ବୁଝାମଣା ସହ ସମସ୍ୟାର ସମାଧାନ କରନ୍ତୁ ।

– ବେଳେ ବେଳେ ଖଳ ପ୍ରକୃତି ଲୋକମାନେ ଆପଣଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଥାନ୍ତି । ଯଦି ଆପଣ ସତ ପଥରେ ଥାନ୍ତି ତେବେ ନିଜ କଥାକୁ ପ୍ରମାଣ ସହ ଉପସ୍ଥାପନା କରନ୍ତୁ । ଏହା ଦ୍ୱାରା ଆପଣଙ୍କ କଥାର ଗୁରୁତ୍ୱ ରହିଥାଏ ।

– ଯେକୌଣସି ପରିସ୍ଥିତିରେ ନିଜ ଭାଷା ଉପରେ ସଂଯମତା ରକ୍ଷା କରନ୍ତୁ । ଯେତେ ରାଗିଥିଲେ ବି ଅନ୍ୟମାନଙ୍କ ପାଇଁ ଖରାପ ଭାଷାର ପ୍ରୟୋଗ କରନ୍ତୁ ନାହିଁ । ଏହା ଆପଣଙ୍କ ସଂସ୍କାର ଏବଂ ମାନସିକତାକୁ ସୂଚାଇଥାଏ ।

– ସବୁବେଳେ ଗୋଟିଏ ବିଷୟକୁ ନେଇ କଥାବାର୍ତ୍ତା କରନ୍ତୁ । ଗୋଟିଏ ସମୟରେ ଭିନ୍ନ ଭିନ୍ନ ବିଷୟକୁ ନେଇ ଆଲୋଚନା କରିବାର କିଛି ମୂଲ୍ୟ ନାହିଁ । ଏହା ଦ୍ୱାରା ସମୟ ଓ ଶକ୍ତି ନଷ୍ଟ ହୋଇଥାଏ ।

– ସମସ୍ତଙ୍କ ସହ ହସହସ ମୁହଁରେ କଥାବାର୍ତ୍ତା କରନ୍ତୁ । ଏହା ସକାରାତ୍ମକ ଉର୍ଜ୍ଜା ସୃଷ୍ଟି କରିଥାଏ । କାହାର ସମାଲୋଚନା କରନ୍ତୁ ନାହିଁ । ଏହା ଆପଣଙ୍କ ନେଗେଟିଭ୍ ଇମେଜକୁ ସୂଚାଇଥାଏ ।

– ନିଜ କାମ ପ୍ରତି ସମର୍ପଣ ଭାବନା ରଖନ୍ତୁ । ସମୟରେ କାର୍ଯ୍ୟ ସମ୍ପାଦନା କରିବା ପାଇଁ ଚେଷ୍ଟା କରନ୍ତୁ । କଥାରେ ଅଛି ଅଳ୍ପ ବୁଦ୍ଧି ଭୟଙ୍କର ତେଣୁ ନିଜେ କରୁଥିବା କାମ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ରଖନ୍ତୁ ।

Get real time updates directly on you device, subscribe now.