fbpx

କୁନୋ ଜାତୀୟ ଉଦ୍ୟାନରୁ ଆସିଲା ଖୁସି ଖବର: ୩ ଶାବକକୁ ଜନ୍ମ ଦେଲା ଚିତା ଜ୍ୱାଳା

ଭୋପାଳ: ଚିତା ପ୍ରୋଜେକ୍ଟକୁ ଖୁସି ଖବର ମିଳିଛି। କାରଣ ମଙ୍ଗଳବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ତିନୋଟି ନୂତନ ଚିତା ଛୁଆ ଜନ୍ମ ହୋଇଛନ୍ତି। ବାଘୁଣୀ ‘ଜ୍ୱାଳା’ ତିନି ଶାବକକୁ ଜନ୍ମ ଦେଇଛି। ଫଳରେ କୁନୋରେ ଚିତାସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ତେବେ ସମସ୍ତ ତିନୋଟି ଶାବକ ସଂପୂର୍ଣ୍ଣ ସୁସ୍ଥ ଥିବା ସୂଚନା ମିଳିଛି। ଏନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି।

ସୂଚନା ଥାଉକି, ଏକ୍ସରେ ମନ୍ତ୍ରୀ ଯାଦବ ଲେଖିଛନ୍ତି, କୁନୋରେ ନୂତନ ଛୁଆ! ଜ୍ୱାଳା ନାମକ ନାମିବ୍ୟା ଚିତା ୩ଟି ଶାବକ ଜନ୍ମ ଦେଇଛି। ଦେଶର ସମସ୍ତ ବନ୍ୟଜନ୍ତୁ ସୁରକ୍ଷାକର୍ମୀ ଏବଂ ବନ୍ୟଜନ୍ତୁ ପ୍ରେମୀମାନଙ୍କୁ ଅଭିନନ୍ଦନ। ଏହିପରି ଭରତର ବନ୍ୟଜନ୍ତୁ ସଂଖ୍ୟା ବୃଦ୍ଧି ହେଉ ବୋଲି ସେ ‘ଏକ୍ସ’ରେ ଲେଖିଛନ୍ତି।

ଏଠାରେ କହି ରଖୁଛୁ ଯେ, ୧୭ ସେପ୍ଟେମ୍ବର ୨୦୨୨ରେ ମାଆ ଚିତା ‘ଜ୍ୱାଳା’ ସମେତ ନାମିବ୍ୟାରୁ ୮ଟି ଚିତା ଅଣାଯାଇଥିଲା। ଏହାକୁ ନେଇ ଏକ ଚିତା ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଥିଲା। ଅନ୍ୟାନ୍ୟ କାରଣରୁ ଏକାଧିକ ଚିତାଙ୍କ ମୃତ୍ୟୁ ଘଟିଥିଲା। ପରେ ମାର୍ଚ୍ଚ ୨୦୨୩ରେ ଚିତା ଜ୍ୱାଳା ଚାରି ଛୁଆ ଜନ୍ମ ଦେଇଥିଲା। ସେମାନଙ୍କ ମଧ୍ୟରୁ ତିନିଜଣଙ୍କର କିଛି ମାସ ମଧ୍ୟରେ ମୃତ୍ୟୁ ହୋଇଥିଲା। ତେବେ ପୁଣିଥରେ ଆଜି ତିନୋଟି ନୂତନ ଚିତା ଛୁଆ ଜନ୍ମ ହୋଇଛନ୍ତି। ଏହିପରି ଭାବେ ବର୍ତ୍ତମାନ କୁନୋରେ ମୋଟ ଚିତାସଂଖ୍ୟା ୧୭କୁ ବୃଦ୍ଧି ପାଇଛି।

 

Get real time updates directly on you device, subscribe now.