fbpx

ଭୋଟରଙ୍କୁ ଆକର୍ଷିତ କରିବାକୁ କ’ଣ ନ କରୁଛନ୍ତି ନେତା: ଗୋବରରେ କାନ୍ଥ ଲିପିଲେ, ହୋଟେଲରେ ଚା’ ତିଆରି କଲେ

Advertisement

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପ୍ରାର୍ଥୀମାନେ ଜନତାଙ୍କୁ ନିଜ ଆଡକୁ ଆକର୍ଷଣ କରିବା ଲାଗି ଏବେ ଅଭିନବ ଉପାୟ ଆପଣାଇଛନ୍ତି । ରାଜଗଡ ଜିଲ୍ଲା ସାରଙ୍ଗପୁର ବିଧାନସଭାରୁ କଂଗ୍ରେସର ଜଣେ ପ୍ରାର୍ଥୀ ଭୋଟରଙ୍କ ଘରେ ଲିପାପୋଛା କରୁଥିବାର ନଜର ଆସିଥିବା ବେଳେ ବିଜେପିର ଜଣେ ପ୍ରାର୍ଥୀ ଚା’ ତିଆରି କରି ଜନତାଙ୍କୁ ପରଷୁଛନ୍ତି । ଏହି ଖବର ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲାର ଯେଉଁଠାରେ ସଂପୂର୍ଣ୍ଣ ଭିନ୍ନ ପ୍ରକାରର ନିର୍ବାଚନ ମାହୋଲ ଦେଖିବାକୁ ମିଳୁଛି । ଏଠାରେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି କେହି ପ୍ରାର୍ଥୀ ଜନତାଙ୍କ ଘରକୁ ଗୋବରରେ ଲିପିଲେଣି ତ ଆଉ କେହି ଜନତାଙ୍କ ଲାଗି ଚା’ ତିଆରି କରୁଥିବାର ନଜର ଆସୁଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ମଧ୍ୟପ୍ରଦେଶର୨୩୦ ବିଧାନସଭା ସିଟ୍ ଲାଗି ୧୭ ନଭେମ୍ବରରେ ଭୋଟ ଗ୍ରହଣ ହେବ ଓ ୩ ଡିସେମ୍ବରରେ ଭୋଟ ଗଣତି ହେବ । ଏଠାରେ ଏବେ ବିଭିନ୍ନ ଦଳର ପ୍ରାର୍ଥୀମାନେ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ନାନାଦି କୌଶଳ ଆପଣାଉଛନ୍ତି । ମଧ୍ୟପ୍ରଦେଶ ରାଜଗଡ ଜିଲ୍ଲା ସାରଙ୍ଗପୁର ବିଧାନସଭାରୁ କଂଗ୍ରେସ ପ୍ରାର୍ଥୀ କଳା ମାଲବ୍ୟ ଜନସଂପର୍କ ଅଭିଯାନ ଜାରି ରଖିଛନ୍ତି । ଏହି କ୍ରମରେ ସେ ନୈନୱାଡା ଗ୍ରାମରେ ପହଞ୍ଚି ଏପରି ଏକ କାର୍ଯ୍ୟ କରିଛନ୍ତି ଯାହାର ଭିଡିଓ ଏବେ ଧୁମ୍ ଭାଇରାଲ ହେବାରେ ଲାଗିଛି । ଦୀପାବଳି ଲାଗି ଘର ଲିପାପୋଛା କରୁଥିବା ଜଣେ ମହିଳାଙ୍କୁ ଦେଖି ସେ ନିଜେ ତାଙ୍କ ମହିଳାଙ୍କ ସହ ମିଶି ଲିପାପୋଛା କରୁଥିବାର ନଜର ଆସିଛନ୍ତି ।
ଅନ୍ୟପକ୍ଷରେ ବିଜେପି ପ୍ରାର୍ଥୀ ଗୌତମ ଟେଟୱାଲ ଏକ ହୋଟେଲରେ ପହଞ୍ଚି ନିଜ ହାତରେ କାର୍ଯ୍ୟକର୍ତ୍ତା ଓ ଅନ୍ୟ ଲୋକମାନଙ୍କ ଲାଗି ଚା’ ତିଆରି କରି ପରଷୁଥିବାର ନଜର ଆସୁଛନ୍ତି ।

Get real time updates directly on you device, subscribe now.