fbpx

ସୁବର୍ଣ୍ଣପୁର ଏବଂ ଗଞ୍ଜାମରେ ‘ଆମ ଓଡ଼ିଶା- ନବୀନ ଓଡ଼ିଶା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ୭ ହଜାରରୁ ଅଧିକ ଉନ୍ନୟନମୂଳକ ପ୍ରକଳ୍ପର …

Advertisement

ଭୁବନେଶ୍ୱର: ଆମ ଓଡ଼ିଶା – ନବୀନ ଓଡ଼ିଶା ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁବର୍ଣ୍ଣପୁର ଓ ଗଞ୍ଜାମ ଜିଲ୍ଲାରେ ୩୦୬ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବ୍ଲକର ୧ ହଜାର ୪୧୯ଟି ଉନ୍ନୟନ ପ୍ରକଳ୍ପ ନିର୍ମାଣ ଲାଗି ୫୪ କୋଟି ୫୦ଲକ୍ଷ ଟଙ୍କା ବ୍ୟୟ କରାଯିବ । ଏହି କାର୍ଯ୍ୟକ୍ରମରେ ଡୁଙ୍ଗୁରିପାଲି ବ୍ଲକରେ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବୀରମହାରାଜପୁର ବ୍ଲକରେ ବିଧାୟକ ପଦ୍ମନାଭ ବେହେରା ଉପସ୍ଥିତ ଥିଲେ ।

ସେହିଭଳି ଗଞ୍ଜାମ ଜିଲ୍ଲାରେ ୨୫୧ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ୫ହଜାର ୭୦୬ଟି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି । ‘ଆମ ଓଡ଼ିଶା- ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜିର ଶୁଭ ଉଦ୍‍ଘାଟନ ନବମ ପର୍ଯ୍ୟାୟ ଅଟେ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ସପ୍ତମ ପର୍ଯ୍ୟାୟରେ ବଲାଙ୍ଗିର ଓ ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ୩ ହଜାର ୯୧୧ଟି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଲାଗି ରାଜ୍ୟ ସରକାର ୧୫୮ କୋଟି ୫୦ଲକ୍ଷ ଟଙ୍କା ବ୍ୟୟ କରିବେ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ସେହିପରି ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାରେ ବାଲେଶ୍ୱର ଜିଲ୍ଲାରେ ୧୭୮ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ୪ ହଜାର ୪୬୫ଟି ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ । ରାଜ୍ୟର ଗ୍ରାମାଞ୍ଜଳଗୁଡ଼ିକର ବିକାଶ ସହିତ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାରପ୍ରସାର, ପୂଜାସ୍ଥଳିଗୁଡ଼ିକର ଉନ୍ନତୀକରଣ ଏବଂ ଐତିହ୍ୟସ୍ଥଳଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ବିକାଶ ଲାଗି ରାଜ୍ୟ ସରକାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗ୍ରାମାଞ୍ଚଳଗୁଡ଼ିକରେ ରୂପାନ୍ତର ଆଣିବା ତାଙ୍କ ସରକାରଙ୍କ ଲକ୍ଷ୍ୟ ।

Get real time updates directly on you device, subscribe now.