fbpx

(ଭିଡିଓ)ବିପଦରେ ଫସିଥିବା ବିଜେପି ଗାଡିକୁ ଟାଣିଲା କଂଗ୍ରେସ, ଭିଡିଓ ସେୟାର କଲା ଆପ୍, କହିଲା…

ନୂଆଦିଲ୍ଲୀ: ଗୁଜରାଟରେ ଏଥର ବିପଦରେ ଫଶିଥିବା ବିଜେପି ଗାଡି କଣ କଂଗ୍ରେସ ସାହାଯ୍ୟରେ ବାହାରକୁ ବାହାରିବ ? ଗୁଜରାଟରେ ଦୃଢତାର ସହ ନିର୍ବାଚନ ଲଢୁଥିବା ଆମ୍ ଆଦମୀ ପାର୍ଟି ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ଜୁଗଳବନ୍ଦୀ ଥିବା କହି ତାତ୍ସଲ୍ୟ କରିଛି। ଏମିତି କିଛି ଘଟଣାକୁ ନେଇ ଆପ୍ ଉଭୟ ବିଜେପି ଏବଂ କଂଗ୍ରେସକୁ ସମାଲୋଚନା କରିଛି।

ଶନିବାର ଆପ୍ ଗୁଜରାଟର ଏକ ଭିଡିଓ ସେୟାର କରିଥିଲା। କାଦୁଅରେ ଫସିଥିବା ଭାରତୀୟ ଜନତା ପାର୍ଟିର ଏକ ପ୍ରଚାର ଗାଡିକୁ କଂଗ୍ରେସର ପ୍ରଚାର ଗାଡି ଦ୍ଵାରା ଟଣା ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି। ଆଉ ଏହା ଉପରେ ଆପ୍ ତାର୍ତ୍ସଲ୍ୟ କରି କହିଛି, ଗୁଜରାଟରେ ବିଜେପିର ଅଟକି ଯାଇଥିବା ନିର୍ବାଚନୀ ଗାଡିକୁ ବଞ୍ଚାଇବା ପାଇ କଂଗ୍ରେସ ବହୁ ଉଦ୍ୟମ ଚଳାଇଛି।

ଆମ୍ ଆଦମୀ ପାର୍ଟି ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଭିଡିଓ ସେୟାର କରି ଲେଖିଛି, ଗୁଜରାଟରେ ବିଜେପିର ଫସି ଯାଇଥିବା ନିର୍ବାଚନ ପ୍ରଚାର ଗାଡିକୁ ବଞ୍ଚାଇବା ପାଇଁ କଂଗ୍ରେସ ବହୁ ଉଦ୍ୟମ କରୁଛି…ନିର୍ବାଚନରେ ବିଜେପି ଏବଂ କଂଗ୍ରେସର ILU ILU କାହାଣୀ।

ସୂଚନାଯୋଗ୍ୟ, ୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହୋଇ ସାରିଛି। ଡିସେମ୍ବର ୧ ଏବଂ ଡିସେମ୍ବର ୫ରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୮୯ ଆସନ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୯୩ଟି ଆସନରେ ଭୋଟିଂ କରାଯିବ। ୨୦୧୭ ନିର୍ବାଚନରେ ବିଜେପି ୯୯ ଆସନ ଜିତିଥିବା ବେଳେ ବିରୋଧୀ କଂଗ୍ରେସ ୭୭ ଆସନ ହାତେଇବରେ ସଫଳ ହୋଇଥିଲା। ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ୨୦୨୩ ଫେବୃଆରୀ ୧୮ରେ ସମାପ୍ତ ହେଉଛି। ୧୯୯୫ରୁ ବିଜେପି ଲଗାତାର ଏଠାରେ କ୍ଷମତାରେ ରହିଛି। ଗୁଜରାଟକୁ ବିଜେପିର ଗଢ ବୋଲି କୁହାଯାଏ।

 

Get real time updates directly on you device, subscribe now.