fbpx
BSKY
BJD SHG SKY
BJD MC SKY

ବିଜେଡିରେ ମିଶିଲେ ବିଜେପି ଓ କଂଗ୍ରେସ୍ କର୍ମୀ

ନିଆଳି : କଣ୍ଟାପଡା ବ୍ଲକ୍ ନାହାଳପୁର ପଞ୍ଚାୟତରେ ଗତପଞ୍ଚାୟତ ନିର୍ବାଚନରେ କିଛି ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ôଥତ ସରପଞ୍ଚଙ୍କ ପରାଜୟ ହାଇଥିଲା । ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କ ସମେତ ବିଜେପି ଓ କଂଗ୍ରେସ କର୍ମୀ ନିଆଳି ବିଧାୟକ ଡ଼ା. ପ୍ରମୋଦ କୁମାର ମଲ୍ଲିକଙ୍କୁ ବାସଭବନରେ ଭେଟି ବିଧିବଦ୍ଧ ଭାବରେ ବିଜେଡିରେ ମିଶିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରମୁଖ ଅଛନ୍ତି ଜୟନ୍ତ ନାୟକ, ପୂର୍ବତନ ସମିତି ସଭ୍ୟ ରାଜେନ୍ଦ୍ର ବଲ୍ଲଭ ବେହେରା, ଶୁଶାନ୍ତ ନାୟକ, ବିଶ୍ୱଜିତ୍ ଜେନା, ପ୍ରମୋଦ କୁମାର ଜେନା, ଅଶ୍ୱୀନୀ କୁମାର ଜେନା, ରାକେଶ ନାୟକ, ତପନ ଭୋଇ, ଜଗନ୍ନାଥ ଭୋଇ, ଟୁକୁ ଜେନା ଓ ଶତାଧିକ କର୍ମୀ ମିଶିଥିବା ବେଳେ ଏମାନଙ୍କ ନେତୃତ୍ୱ ନେଇଥିଲେ କଣ୍ଟାପଡା ବ୍ଲକ୍ ଯୁବ ବିଜେଡି ସଭାପତି ବିମାନ ବିହାରୀ ବେହେରା ।

ଏହା ପୂର୍ବରୁ ବିଜେଡିରେ ଯୋଗଦେଇଥିଲେ ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ଜଗଦୀଶ ବିଶ୍ୱାଳ । ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଜଗଦୀଶ ବିଶ୍ୱାଳ ବିଜେଡିରେ ମିଶିଥିଲେ । ବିଜେଡି ପକ୍ଷରୁ ସାଂସଦ ମାନସ ମଙ୍ଗରାଜ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ତାଙ୍କୁ ସ୍ବାଗତ କରିଥିଲେ । ଜଗଦୀଶ ବିଶ୍ୱାଳଙ୍କ ବିଜେଡ଼ିରେ ଯୋଗ ଦାନ ପରେ ପଶ୍ଚିମ ଓଡ଼ିଶାରେ ବିଜେଡି ଆହୁରି ଅଧିକ ଶକ୍ତିଶାଳୀ ହେବ ବୋଲି କହିଥିଲେ ସାଂସଦ ମାନସ ମଙ୍ଗରାଜ । ତେବେ ସମ୍ବଲପୁର ବାସିନ୍ଦା ଜଗଦୀଶ ବିଶ୍ୱାଳ ପଶ୍ଚିମ ଓଡ଼ିଶାର ବିଭିନ୍ନ ସଂଘ ସହ ଜଡ଼ିତ ।

Get real time updates directly on you device, subscribe now.