fbpx
BSKY
BJD MC SKY
BJD YOUTH SKY

୨୦୨୪ ନିର୍ବାଚନ ପୂର୍ବରୁ ବିଜେପିର ସଂଗଠନରେ ପରିବର୍ତ୍ତନ: ୪ଟି ରାଜ୍ୟରେ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କୁ ମିଳିଲା ନିଯୁକ୍ତି

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୨୦୨୪ ଲୋକସଭା ନିର୍ବାଚନ ଓ ଚଳିତ ବର୍ଷ ଶେଷକୁ ହେବାକୁ ଥିବା କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ଏନେଇ ବିଜେପି ବିଭିନ୍ନ ରାଜ୍ୟରେ ତା’ର ସଂଗଠନରେ ପରିବର୍ତ୍ତନ କରିଛି । ଏହି କ୍ରମରେ ବିଜେପି ୪ଟି ରାଜ୍ୟର ପ୍ରଦେଶ ଅଧ୍ୟକ୍ଷଙ୍କୁ ବଦଳାଇ ନୂଆ ନେତାଙ୍କ ନାମ ଘୋଷଣା କରିଛି । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ତେଲେଙ୍ଗାନା, ଝାଡ଼ଖଣ୍ଡ, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ନୂଆ ରାଜ୍ୟ ମୁଖିଆଙ୍କୁ ନିଯୁକ୍ତି ଦେଇଛନ୍ତି ।

ଡି. ପୁରନ୍ଦେଶ୍ୱରୀଙ୍କୁ ଆନ୍ଧ୍ରପ୍ରଦେଶ, ବାବୁଲାଲ ମରାଣ୍ଡୀଙ୍କୁ ଝାଡ଼ଖଣ୍ଡ, ସୁନୀଲ ଜାଖଡ଼ଙ୍କୁ ପଞ୍ଜାବ ଓ ଜୀ. କିଶନ ରେଡ୍ଡୀଙ୍କୁ ତେଲେଙ୍ଗାନାର ପ୍ରଦେଶ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏଥିସହିତ ରାଜେନ୍ଦ୍ର ଏଟୀଲାଙ୍କୁ ନିର୍ବାଚନ ପରିଚାଳନା ସମିତିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସୁନୀଲ କଂଗ୍ରେସ ଛାଡ଼ି ଭାଜପାରେ ଯୋଗଦେଇଥିବା ବେଳେ ଆସନ୍ତା ଲୋକସଭା ନିର୍ବାଚନ ପୂର୍ବରୁ ଅଶ୍ୱିନୀ ଶର୍ମାଙ୍କୁ ହଟାଇ ତାଙ୍କୁ ପଞ୍ଜାବର ଦାୟିତ୍ୱ ଦିଆଯାଇଛି ।

ଚଳିତ ବର୍ଷ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ କେନ୍ଦ୍ରମନ୍ତ୍ରୀ ଓ ସାଂସଦ କିଷନ ରେଡ୍ଡୀଙ୍କୁ ରାଜ୍ୟ ଦାୟିତ୍ୱ ଦିଆଯାଇଛି । ଏହା ପୂର୍ବରୁ ସଞ୍ଜୟ ବନ୍ଦୀ ରାଜ୍ୟର ପ୍ରଦେଶ ଅଧ୍ୟକ୍ଷ ରହିଥିଲେ । ଝାଡ଼ଖଣ୍ଡର ପ୍ରଦେଶ ଅଧ୍ୟକ୍ଷ ପଦରୁ ଦୀପକ ପ୍ରକାଶଙ୍କୁ ପରିବର୍ତ୍ତନ କରାଯାଇ ବାବୁଲାଲଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ ସୋମୁ ବୀରରାଜୁଙ୍କ ସ୍ଥାନରେ ପୁରନ୍ଦେଶ୍ୱରୀଙ୍କୁ ପ୍ରଦେଶ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.