fbpx

ପ୍ରଥମ ଥର ପାଇଁ ବ୍ରେନ ମ୍ୟାଲେରିଆ ଔଷଧର ମାନବ ପରୀକ୍ଷଣ କରିବ ILS: ପରୀକ୍ଷଣ ସଫଳ ହେଲେ ରୋଗୀଙ୍କ ଜୀବନ ବଞ୍ଚିପାରିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ରାଜଧାନୀର ଭୁବନେଶ୍ୱର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ) ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛି । ପୂର୍ବରୁ ଆଇଏଲଏସ ପକ୍ଷରୁ ଅନେକ ଔଷଧର ପରୀକ୍ଷଣ ପଶୁଙ୍କ ଉପରେ କରାଯାଇଥିଲା । ତେବେ ପ୍ରଥମ ଥର ପାଇଁ କୌଣସି ଔଷଧର ମାନବ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି । ଯଦି ଦୁଇଟି ପର୍ଯ୍ୟାୟରେ ମାନବ ପରୀକ୍ଷଣ ସଫଳ ହୁଏ ତେବେ ଗୁରୁତର ବ୍ରେନ ମ୍ୟାଲେରିଆ ଓ ସେରେବ୍ରାଲ ମ୍ୟାଲେରିଆରେ ରୋଗୀଙ୍କର ମୃତ୍ୟୁ ଘଟିବ ନାହିଁ ।

ବ୍ରେନ ମ୍ୟାଲେରିଆ ଓ ସେରେବ୍ରାଲ ମ୍ୟାଲେରିଆରେ ପ୍ରତିବର୍ଷ ସାରା ବିଶ୍ୱରେ ଲକ୍ଷ ଲକ୍ଷ ରୋଗୀଙ୍କର ମୃତ୍ୟୁ ଘଟୁଛି । ଗର୍ଭବତୀ ମହିଳା ଓ ୫ ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ ଏହା ବେଶି ବିପଦ ଆଣିଥାଏ । ୨୦୧୬ରେ ଆଇଏଲଏସ ଔଷଧ ଉଦ୍ଭାବନ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଦୀର୍ଘବର୍ଷର ପରିଶ୍ରମ ପରେ ଔଷଧ ପ୍ରସ୍ତୁତ ହୋଇଥିଲା । ଏବିଏସଏଲ-୩ ପ୍ଲାଟଫର୍ମ ବ୍ୟବହାର କରି ମୂଷା ଉପରେ ଏହାର ପରୀକ୍ଷଣ ସଫଳ ହୋଇଛି ।

ମାନବ ପରୀକ୍ଷଣ ଓ କ୍ଲିନିକାଲ ଟ୍ରାଏଲ ପାଇଁ ବାୟୋଟେକ୍ନୋଲୋଜି ବିଭାଗକୁ ଅନୁମତି ମଗାଯାଇଥିଲା । ତେବେ ଏହା ମଧ୍ୟରେ ଭାରତ ସରକାରଙ୍କ ବାୟୋଟୋକ୍ନୋଲୋଜି ବିଭାଗ ଏନେଇ ବିଧିବଦ୍ଧ ଭାବେ ଅନୁମତି ପ୍ରଦାନ କରିଛି । ପୂର୍ବରୁ ବ୍ରେନ ମ୍ୟାଲେରିଆ ଓ ସେରେବ୍ରାଲ ମ୍ୟାଲେରିଆ ପାଇଁ କିଛି ଔଷଧ ଉପଲବ୍ଧ ରହିଥିଲେ ହେଁ ତାହା ପ୍ରଭାବୀ ହୋଇ ପାରୁନାହିଁ । ଫଳରେ ଅନେକ ରୋଗୀଙ୍କର ଜୀବନ ରକ୍ଷା କରିବା ସମ୍ଭବପର ହେଉ ନାହିଁ । ଆଇଏଲଏସର ଏହି ନୂଆ ଆବିଷ୍କାର ଦ୍ୱାରା ସାରା ବିଶ୍ୱବାସୀ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।

Get real time updates directly on you device, subscribe now.