fbpx

ଆଗକୁ ନିର୍ବାଚନ: ବିଜେଡି ପକ୍ଷରୁ ୫ ଜଣ ସହ-ପର୍ଯ୍ୟବେକ୍ଷକ, ନିର୍ବାଚନ ମଣ୍ଡଳୀ ସଂଯୋଜକ, ବ୍ଲକ ସଂଯୋଜକଙ୍କୁ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ । ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ଜୋରସୋରରେ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଖୁବଶୀଘ୍ର ବିଜେଡି ପ୍ରାର୍ଥୀଙ୍କ ତାଲିକା ଜାରି କରିବ । ତେବେ ଏହା ମଧ୍ୟରେ ସଂଗଠନରେ କିଛି ନୂଆ ନେତାଙ୍କୁ ନିଯୁକ୍ତି ଦେଇଛି ବିଜେଡି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟଙ୍କ ନିର୍ଦ୍ଦେଶମତେ ଏହି ନୂଆ ନେତାଙ୍କୁ ଦାୟିତ୍ୱ ମିଳିଛି । ଏନେଇ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ସୂଚନା ଜାରି କରିଛନ୍ତି ।

ଦେବଗଡ଼ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ ରଞ୍ଜନ କୁମାର ସାହୁଙ୍କୁ, ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ଭାବେ ପବିତ୍ର ଭୂତିଆଙ୍କୁ, ବାରକୋଟ ବ୍ଲକ ବ୍ଲକ ସଂଯୋଜକ ଭାବେ ଯୋଗେଶ ଚନ୍ଦ୍ର ଭୂଟାଙ୍କୁ, ରିଆମଳେ ବ୍ଲକ ବ୍ଳକ ସଂଯୋଜକ ଭାବେ ସୁଦର୍ଶନ ଜେନାଙ୍କୁ, ତିଳେଇବଣି ବ୍ଲକ ବ୍ଳକ ସଂଯୋଜକ ଭାବେ ପ୍ରସନ୍ନ କୁମାର ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ନେତାମାନେ ନିଜ ନିଜର ଦାୟିତ୍ୱ ସୁଚାରୁରୂପେ ସମ୍ପାଦନ କରିବା ସହିତ ଦଳକୁ ଆଗକୁ ନେବାରେ ସହଯୋଗ କରିବେ ।

 

Get real time updates directly on you device, subscribe now.