fbpx

ଭୁଲ୍‌ବଶତଃ ଲାଇଭ୍ ଷ୍ଟ୍ରିମ୍ ହୋଇଗଲା ମହିଳାଙ୍କ ଗାଧୋଇବାର ଫଟୋ, ଫୋନ୍‌ରେ ଅନ୍ତିମ ସଂସ୍କାର ଆଟେଣ୍ଡ କରୁଥିବା ବେଳେ ଘଟିଲା ଅଘଟଣ

ନୂଆଦିଲ୍ଲୀ: ଏବେ ମଡର୍ଣ୍ଣ ଟେକନିକ୍ ଲୋକଙ୍କ ଜୀବନକୁ ବେଶ୍ ସହଜ କରିଦେଇପାରିଛି । କିନ୍ତୁ ଏହାର ସକରାତ୍ମକ ଦିଗ ସହ ନକରାତ୍ମକ ଦିଗ ବି ରହିଥିବାରୁ ଆମେ ସମସ୍ତେ ସଚେତନ ରହିବା ଉଚିତ । ସାମାନ୍ୟ ଅସାବଧାନତା କାରଣରୁ ଆମକୁ ବହୁତ ବଡ କ୍ଷତିର ବି ସାମ୍ନା କରିବାକୁ ପଡିପାରେ । ଯେପରିକି ଏହି ମହିଳାଙ୍କ ସହ ହୋଇଛି ।

ମହିଳା ଜଣକ ଘରେ ବସି ଜୁମ୍ କଲ୍ ଜରିଆରେ ଏକ ଅନ୍ତିମ ସଂସ୍କାର ଆଟେଣ୍ଡ କରୁଥିଲେ । ଏହି ସମୟରେ ସେ ଭୁଲ୍‌ରେ ଲାଇଭ୍ ଷ୍ଟ୍ରିମ୍ ସମୟରେ କ୍ୟାମେରା ବି ଅନ୍ କରିଦେଇଥିଲେ । ଏହାପରେ ସେ ଗାଧୋଇବାକୁ ଯାଇଥିଲେ । ଏହାଦ୍ୱାରା ଲୋକମାନେ ତାଙ୍କ ଗାଧୋଇବା ସମୟର ଦୃଶ୍ୟ ଦେଖିପାରିଥିଲେ । ଏହି ଘଟଣା ଉତ୍ତର ବ୍ରିଟେନ ଅଞ୍ଚଳର । ଏହି ଅନ୍ତିମ ସଂସ୍କାରରେ ଯେଉଁମାନେ ବ୍ୟକ୍ତିଗତ ଭାବରେ ଯୋଗ ଦେଇପାରି ନ ଥିଲେ ସେମାନଙ୍କ ପାଇଁ ଜୁମ୍ ଭିଡିଓ କଲ୍‌ର ବ୍ୟବସ୍ଥା କରାଯାଇଥିଲା ।

ମୃତ ବ୍ୟକ୍ତି ଜଣକ ୩ ସନ୍ତାନର ପିତା ଥିଲେ । ତାଙ୍କର କ୍ୟାନସରରେ ମୃତ୍ୟୁ ହୋଇଯାଇଥିଲା । ଅନ୍ୟପକ୍ଷରେ ୪୮ ବର୍ଷୀୟା ମହିଳା ଜଣକ ଜାଣି ପାରି ନ ଥିଲେ କି ତାଙ୍କ କ୍ୟାମେରା କେତେବେଳେ ଅନ୍ ହୋଇଯାଇଛି । କ୍ୟାମେରାର ଫୋକସ୍ ସେହି ଆଡକୁ ଥିଲା ଯେଉଁ ପଟେ ସେ ଗାଧୋଉଥିଲେ । ତେବେ ଅନ୍ତିମ ସଂସ୍କାରରେ ସାମିଲ ଲୋକମାନେ ଏହା ଦେଖି ପାରି ନ ଥିଲେ । କିନ୍ତୁ ତାଙ୍କ ଭିଡିଓ ପରେ ଭାଇରାଲ୍ ହୋଇଯାଇଥିଲା । ଏହାକୁ କେହି ଜଣେ ହ୍ୱାଟସଆପ୍‌ରେ ସେୟାର କରି ଦେଇଥିଲେ ।

Get real time updates directly on you device, subscribe now.