fbpx

ଓଡିଶା ଆସିବେ ନଡ୍ଡା; ବାଣ୍ଟିବେ ଗୁରୁମନ୍ତ୍ର

ଭୁବନେଶ୍ୱର: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା । ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଓଡିଶା ଆସିବେ ନଡ୍ଡା ।ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ବିଜେପି ଦଳକୁ ଆହୁରି ମଜବୁତ କରିବା ପାଇଁ ଏହା ଏକ ଆହ୍ୱାନ ଅଟେ । ଆଗକୁ ଅଛି ୨୦୨୪ ନିର୍ବାଚନ ତେଣୁ ଏବେ ଠାରୁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରି ସାରିଲାଣି ।

ମିଶନ ୨୦୨୪ ପାଇଁ ଓଡ଼ିଶାରେ ଭାଜପା ପକ୍ଷରୁ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ନଡ୍ଡା ଯୋଗ ଦେବେ ବୋଲି ଜଣାପଡିଛି। ତେବେ ନଡ୍ଡାଙ୍କ ସମେତ ସେପ୍ଟେମ୍ବରରେ ୩ ପ୍ରମୁଖ ନେତା ଓଡ଼ିଶା ଆସିବେ, ହେଲେ ତାରିଖ ଚୂଡାନ୍ତ ହୋଇନାହିଁ ବୋଲି ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।

Get real time updates directly on you device, subscribe now.