fbpx

ଆରମ୍ଭ ହେଲା ବିଜେପିର କୋର କମିଟି ବୈଠକ, ୨୦୨୪ ପାଇଁ ପ୍ରସ୍ତୁତ ହେବ ରୋଡ଼ମ୍ୟାପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟ ବିଜେପିର ଦୁଇଦିନିଆ କୋର କମିଟି ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ରାଜ୍ୟ ସଭାପତି ସମିର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ଅଛନ୍ତି । ଏହି ଅବସରରେ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ରୋଡ଼ମ୍ୟାପ ନେଇ ଆଲୋଚନା ହେବ । ଆସନ୍ତା ୩୧ ତାରିଖରେ ହେବାକୁ ଥିବା ବ୍ରଜରାଜନଗର ଉପନିର୍ବାଚନରେ ଦଳର ଚିନ୍ତନ ବୈଠକ ବସିବ ବୋଲି ଜଣାପଡ଼ିଛି ।

ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ବ୍ରଜରାଜନଗରରେ ଦଳ କିପରି ବିଜୟ ହାସଲ କରିବ ସେଥିପାଇଁ ରଣନୀତି ପ୍ରସ୍ତୁତ କରିବ । ଏଥିସହିତ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ବିପର୍ଯ୍ୟୟରେ ବିଷୟରେ ଆଲୋଚନା ହେବ । ବୈଠକ ସକାଳ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ । ଏହାପରେ ଜିଲ୍ଲା ସଭାପତିଙ୍କ ସହ ପ୍ରଭାରୀ ଓ ସହପ୍ରଭାରୀ ସାଙ୍ଗଠନିକ ସ୍ଥିତି ନେଇ ଆଲୋଚନା କରିବେ ।

ତେବେ ଆସନ୍ତା ମାସରେ ହେବାକୁ ଥିବା ବିଜେପିର ଚିନ୍ତନ ଶିବିରରେ ୨୦୨୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବ ଦଳ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଶିବିରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Get real time updates directly on you device, subscribe now.