fbpx
BJD SKY
BJD SKY

ଧାମନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କଲା BJP

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ଧାମନଗର ଉପନିର୍ବାଚନ । ଏହାକୁ ନେଇ ରାଜ୍ୟର ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ଗୋଟିଚାଳନା ଆରମ୍ଭ ହୋଇଯାଇଛି । କଳେବଳେ କୌଶଳେ ଧାମନଗର ହାତେଇବାକୁ ତିନି ଦଳ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ତେବେ ପୂର୍ବରୁ ବିଜେଡି ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିଲା । ଏହା ମଧ୍ୟରେ ବିଜେପି ମଧ୍ୟ ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଛି ।

ଷ୍ଟାର ପ୍ରଚାରକ ତାଲିକାରେ ଦଳର ରାଜ୍ୟ ସଭାପତି ସମୀର ମହାନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଟୁଡୁ, ରାଜ୍ୟ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ବିଜୟପାଲ ସିଂହ ତୋମାର, ରାଷ୍ଟୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ସ୍ଥାନ ପାଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କନକବର୍ଦ୍ଧନ ସିଂହଦେଓ, ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ପୃଥ୍ୱୀରାଜ ହରିଚନ୍ଦନ, ମାନସ କୁମାର ମହାନ୍ତି, ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହପ।।ତ୍ର, ସୁକାନ୍ତ ନାୟକ, ମୋହନ ଚରଣ ମାଝୀ, ହେମନ୍ତ ପାଢ଼ୀ, ଅଭିମନ୍ୟୁ ସେଠୀ, ପୀତାମ୍ବର ଆଚାର୍ଯ୍ୟ, କାଳନ୍ଦୀ ସାମଲ, ବିଭୁପ୍ରସାଦ ତରାଇ, ପଦ୍ମଲୋଚନ ପଣ୍ଡା, ଖାରବେଳ ସ୍ୱାଇଁ, ରଘୁନାଥ ମହାନ୍ତି, ଗଣେଶ ରାମ ସିଂ ଖୁଣ୍ଟିଆ, ବୁଧନ ମୁର୍ମୁ, ସନାତନ ବିଜୁନି, ଭାସ୍କର ମଢ଼େଇ, ପ୍ରକାଶ ସୋରେନ, ନବଚରଣ ମାଝୀ ପ୍ରମୁଖ ନେତାମାନେ ସ୍ଥାନ ପାଇଛନ୍ତି । ଏହି ସମସ୍ତ ନେତାମାନେ ଧାମନଗର ଉପନିର୍ବାଚନରେ ପ୍ରଚାର କାର୍ଯ୍ୟରେ ସାମିଲ ହେବେ ।

Get real time updates directly on you device, subscribe now.