fbpx
BSKY SKY
BSKY SKY

ସ୍କୁଲରେ ଗ୍ୟାସ୍ ଲିକ୍: ୧୦୦ ଛାତ୍ରଛାତ୍ରୀ ଅସୁସ୍ଥ

BSKY

ତାମିଲନାଡୁ: ତାମିଲନାଡୁର ଏକ ବିଦ୍ୟାଳୟରେ ଘଟିଛି ଅଭାବନୀୟ ଘଟଣା । ଗ୍ୟାସ ଲିକ୍ କାରଣରୁ ୧୦୦ ଜଣ ଛାତ୍ର ଛାତ୍ରୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ତେବେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି । ତେବେ ଏହି ୧୦୦ ଜଣଙ୍କ ମଧ୍ୟରୁ ୬୭ ଜଣ ବାଳକ ଏବଂ ୩୩ ଜଣ ବାଳିକା ଥିବା ଜଣା ପଡିଛି । ବର୍ତ୍ତମାନ ସମସ୍ତେ ସୁସ୍ଥ ଥିବା ମେଡିକାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ତେବେ ତାମିଲନାଡୁର କ୍ରିଷ୍ଣାଗିରି ସ୍ଥିତ ହୋସୁର ମିଡିଲ ସ୍କୁଲର ୧୦୦ ଜଣ ଛାତ୍ରଛାତ୍ରୀ ମଧ୍ୟାନ ଭୋଜନ କରିବାକୁ ଯାଇଥିବା ବେଳେ ହଠାତ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ପିଲାମାନଙ୍କର ବାନ୍ତି ହୋଇଥିଲା ଏବଂ ସେମାନେ ଦୁର୍ବଳ ହୋଇପଡିଥିଲେ । ତେବେ ସେମାନଙ୍କୁ ହୋସୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ଏବଂ ସେମାନେ ଚିକିତ୍ସାଧିନ ଥିବା ଜଣା ପଡିଛି ।

ତେବେ ଏହି ଘଟଣାକୁ ନେଇ ଜିଲ୍ଲାପାଳ ଭି ଜୟା ଚନ୍ଦ୍ର ଭାନୁ ରେଡ୍ଡୀ ସ୍କୁଲର ସ୍ଥିତି ପରକ୍ଷୀଛନ୍ତି | ଏଥିସହିତ ସେ ମେଡିକାଲ ଯାଇ ସେଠାରେ ଥିବା ପିଲାଙ୍କ ସ୍ୱାସ୍ଥ୍ୟ କଥା ମଧ୍ୟ ପଚାରି ବୁଝିଛନ୍ତି ।

Get real time updates directly on you device, subscribe now.