fbpx

ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସ ବହୁ ଚଞ୍ଚକତା କରି ୧୩ ନମ୍ବର ମୁଦାଲା ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଚାର୍ଜସିଟରୁ କାଢି ଦେଇଥିବା ବେଳେ ଆଜି ପୁଣି ଥରେ ତାଙ୍କ ନାଁ ଯୋଡିବାକୁ ନିର୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟି । ଏହି ନିର୍ଦେଶକୁ ପ୍ରଶଂସା କରି ସାଲ୍ୟୁଟ କରିଛନ୍ତି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ୟ୍ୟି । ଏହି ଘଟଣାରେ ୧୩ ଜଣକ ନାଁରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ୧୨ ଜଣଙ୍କ ନାଁରେ ଚାର୍ଜ ସିଟ ଦାଖଲ କରିଥିଲା । ଆଉ ସେଥିରୁ ମନ୍ତ୍ରୀଙ୍କୁ ଛାଡ଼ିଦେବା ଘଟଣାଙ୍କୁ ତୀବ୍ର ନିନ୍ଦା କରିଛି ବିଜେପି ।

ବିଜେଡି ସରକାରକୁ ଗାଡିଚ୍ୟୁତ କରିବା ପାଇଁ ଆଗେଇ ଆସିବା ନିମନ୍ତେ ଓଡିଶାବାସୀଙ୍କୁ ଆହ୍ୱାନ ଦେଇଛନ୍ତି ପିତାମ୍ବର ଆଚାର୍ୟ୍ୟି । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଗୃହ ବିଭାଗ ଅଛି । ଏହି ଘଟଣାରେ ସଠିକ ତଦନ୍ତ ପାଇଁ ସେ ନିର୍ଦେଶ ଦେବା ଆବଶ୍ୟକ ବୋଲି କହିଛନ୍ତି ପିତାମ୍ବରି । ଏହା ସହ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏବଂ ଆଇନମନ୍ତ୍ରୀଙ୍କୁ ଏହି ଘଟଣାରେ ଇସ୍ତଫା ଦେବା ପାଇଁ ଦାବି କରିଛି ବିଜେପି ।

Get real time updates directly on you device, subscribe now.