fbpx

କାବୁଲ ସିରିଜ୍ ବିସ୍ଫୋରଣରେ ISISର ହାତ: ତାଲିବାନ

ନୂଆଦିଲ୍ଲୀ: କାବୁଲ ବିମାନବନ୍ଦର ବାହାରେ ଘଟିଥିବା ସିରିଜ୍ ବିସ୍ଫୋରଣ ପଛରେ ଆଇଏସର ହାତ ରହିଥିବା ନେଇ ଅଭିଯୋଗ କରିଛି ତାଲିବାନ । ଗୁରୁବାର ସନ୍ଧ୍ୟାରେ କାବୁଲ ବିମାନବନ୍ଦର ବାହାରେ ଲାଗ ଲାଗ ଦୁଇଟି ବିସ୍ଫୋରଣ ଘଟିବା ସହିତ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଥିଲେ । ତାଲିବାନ ପକ୍ଷରୁ ଏହି ବିସ୍ପୋରଣକୁ ଆତଙ୍କବାଦୀ ଆକ୍ରମଣ ଭାବରେ ଅଭିହିତ କରାଯାଇଛି ।

ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଏହି ଘଟଣାକୁ ଆତଙ୍କୀ ଆକ୍ରମଣ ବୋଲି କହିବା ସହିତ ଆଇଏସ ଏହା ପଛରେ ରହିଥିବା ଅଭିଯୋଗ କରିଛନ୍ତି । ବିଶ୍ୱ ଶାନ୍ତି ପାଇଁମ ତାଲିବାନ ବଦ୍ଧ ପରିକର ଏବଂ କୌଣସି ପରସ୍ଥିତିରେ ଆତଙ୍କବାଦକୁ ପ୍ରଶୟ ଦିଆଯିବ ନାହିଁ ବୋଲି ମୁଜାହିଦ କହିଛନ୍ତି । ଏହା ସହିତ ଏଭଳି ଆକ୍ରମଣ ପାଇଁ ପୂର୍ବରୁ ଆମେରିକା ଚେତାଇ ଦେଇଥିଲା ବୋଲି ମୁଜାହିଦ ପ୍ରକାଶ କରିଛନ୍ତି । ଏହି ଆକ୍ରମଣରେୁ ୩ ଜଣ ଆମେରିକୀୟ ସେନା ମଧ୍ୟ ଆହତ ହୋଇଛନ୍ତି ।

Get real time updates directly on you device, subscribe now.