ବିଜେପି ମନାଉଛି ୪୧ତମ ପ୍ରତିଷ୍ଠା ଦିବସ, କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି
ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର) : ଆଜି ହେଉଛି ଭାରତୀୟ ଜନତା ପାର୍ଟି(ବିଜେପି)ର ୪୧ ତମ ପ୍ରତିଷ୍ଠା ଦିବସ । ଭାରତ ରାଜନୀତିର ମଙ୍ଗ ଧରିଥିବା ବିଜେପି ଆଜି ତାର ୪୧ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୧୯୮୦ ମସିହା ଏପ୍ରିଲ୍ ମାସ ୬ ତାରିଖରେ ଦେଶରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି । ଦେଶରେ ଗତ ୮ ବର୍ଷ ଧରି ଶାସନ କରୁଥିବା ଏହି ଦଳକୁ ପ୍ରତିଷ୍ଠା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ବରିଷ୍ଠ ରାଜନେତା ଲାଲ୍ କୃଷ୍ଣ ଆଡଭାନୀ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭିଡିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଏବଂ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏଥିସହିତ ଦଳର ଅନେକ ବରିଷ୍ଠ ନେତା ମାନେ ମଧ୍ୟ ଟୁଇଟ୍ କରି ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଛନ୍ତି ।
ଗୃହମନ୍ତ୍ରୀ ଅମିତ୍ ଶାହ ଟୁଇଟ୍ କରି କହିଛନ୍ତି ଯେ, ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଷ୍ଠା ଦିବସର ଶୁଭକାମନା । ନିଜର ରକ୍ତ ଝାଳକୁ ଏକ କରି ଅର୍ଥାତ୍ କଠିନ ପରିଶ୍ରମ କରି ବିଜେପିକୁ ଏକ ବିଶାଳ ବଟବୃକ୍ଷ କରିଥିବା ସମସ୍ତ ମହାପୁରୁଷ ମାନଙ୍କୁ ମୋର ପ୍ରଣାମ । ମୋଦୀଙ୍କ ନେତୃତ୍ୱରେ ଦେଶକୁ ଆତ୍ମନିର୍ଭର କରିବାରେ ବିଜେପି ନିରନ୍ତର ପ୍ରୟାସ କରୁଛି । ସେହିପରି ଖଲି ଅମିତ୍ ଶାହ ନୁହଁନ୍ତି ବରଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବହୁ ବରିଷ୍ଠ ନେତା ଟୁଇଟ୍ କରି ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇଛନ୍ତି ।
सभी कार्यकर्ताओं को भाजपा के स्थापना दिवस की शुभकामनाएं।
अपने खून पसीने से सींचकर भाजपा को विशाल वटवृक्ष बनाने वाले सभी महापुरुषों को नमन करता हूँ।
राष्ट्रवादी विचारधारा, अंत्योदय के सिद्धांत व मोदी जी के नेतृत्व में देश को आत्मनिर्भर बनाने के लिए भाजपा निरंतर प्रयासरत है। pic.twitter.com/UIyU8NfSt2
— Amit Shah (@AmitShah) April 6, 2021
ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ବିଜେପିକୁ ବିରୋଧ କରୁଛନ୍ତି ସେମାନଙ୍କୁ ମଧ୍ୟ ଆମେ ସମ୍ମାନ କରୁ । ହେଲେ କେରଳ, ପଶ୍ଚିମବଙ୍ଗରେ ଆମର କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ହମଲା କରାଗଲା । ସେହିପରି ସିଏଏ କୃଷି ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଭୁଲ୍ ଧାରଣା ସୃଷ୍ଟି କରାଗଲା । ଯାହା ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଜାଣିଶୁଣି କରାଯାଇଥିଲା । ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରି ସେ କହିଥିଲେ ଯେ, କିଛି ଲୋକ ସେମାନଙ୍କ ବିଫଳତାକୁ ସହି ନ ପାରି ଏପରି କରୁଛନ୍ତି । ସେହିପରି କିଛି ଲୋକଙ୍କର ବିଜେପି ସହ ଶତୃତା ରହିଛି । ତେଣୁ ଏସବୁ ଠାରୁ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ସାବଧାନ ରହିବା ଦରକାର ।