fbpx

ସରକାର ଦେଉଛନ୍ତି ଫ୍ରି’ରେ ଇଣ୍ଟରନେଟ୍, ୧୦ କୋଟି ଲୋକ ଉଠାଇବେ ଏହାର ଫାଇଦା, ଜାଣନ୍ତୁ କ’ଣ ରହିଛି ଏହାର ପ୍ରକ୍ରିୟା

ନୂଆଦିଲ୍ଲୀ, ୬ା୪: ଆଜିକାଲି ପ୍ରାୟ ସମସ୍ତେ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି । ତେଣୁ ସମସ୍ତଙ୍କ ପାଇଁ ଇଣ୍ଟନେଟ୍ ସେବା ନିହାତି ଆବଶ୍ୟକ । ସ୍ମାର୍ଟଫୋନରେ ଇଣ୍ଟରନେଟ ଚଲାଇବା ପାଇଁ ସମସ୍ତଙ୍କୁ ପେଡ୍ କରିବାକୁ ପଡ଼ିଥାଏ । ମାତ୍ର ଭାରତ ସରକାରଙ୍କ ତରଫରୁ ୧୦ କୋଟି ଲୋକଙ୍କୁ ୩ ମାସ ପାଇଁ ଫ୍ରି ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ଏ ନେଇ ଏକ ସୂଚନା ସାମନାକୁ ଆସିଛି ।

ନିକଟରେ ହ୍ୱାଟସଆପରେ ଏଭଳି ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି । ମେସେଜ ସୂଚନା ମୁତାବକ, ଯଦି ଆପଣଙ୍କ ପାଖରେ ଏୟାରଟେଲ କିମ୍ବା ଭୋଡ଼ାଫୋନ୍ ସିମ୍ ଅଛି, ତେବେ ଆପଣ ଏହି ସୁବିଧା ପାଇପାରିବେ । ତେବେ ଏହି ସୂଚନାଟି ଫେକ୍ ବୋଲି ସ୍ପଷ୍ଟ ହୋଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ଏଭଳି କୌଣସି ଘୋଷଣା ନିକଟରେ କରାଯାଇ ନଥିବା ଜଣାପଡ଼ିଛି ।

Get real time updates directly on you device, subscribe now.