fbpx
BJD SKY
BJD SKY

ବିଜେପି ମନାଉଛି ୪୧ତମ ପ୍ରତିଷ୍ଠା ଦିବସ, କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

BJD

ନୁଆଦିଲ୍ଲୀ, ୬ା୪ (ଓଡିଶା ଭାସ୍କର) : ଆଜି ହେଉଛି ଭାରତୀୟ ଜନତା ପାର୍ଟି(ବିଜେପି)ର  ୪୧ ତମ ପ୍ରତିଷ୍ଠା ଦିବସ । ଭାରତ ରାଜନୀତିର ମଙ୍ଗ ଧରିଥିବା ବିଜେପି ଆଜି ତାର ୪୧ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ୧୯୮୦ ମସିହା ଏପ୍ରିଲ୍ ମାସ ୬ ତାରିଖରେ ଦେଶରେ ପ୍ରତିଷ୍ଠା ହୋଇଥିଲା ଭାରତୀୟ ଜନତା ପାର୍ଟି । ଦେଶରେ ଗତ ୮ ବର୍ଷ ଧରି ଶାସନ କରୁଥିବା ଏହି ଦଳକୁ ପ୍ରତିଷ୍ଠା କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ବରିଷ୍ଠ ରାଜନେତା ଲାଲ୍ କୃଷ୍ଣ ଆଡଭାନୀ । ତେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭିଡିଓ କନଫରେନ୍ସ ମାଧ୍ୟମରେ କାର୍ଯ୍ୟକର୍ତ୍ତା ମାନଙ୍କୁ ଏବଂ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏଥିସହିତ ଦଳର ଅନେକ ବରିଷ୍ଠ ନେତା ମାନେ ମଧ୍ୟ ଟୁଇଟ୍ କରି ପ୍ରତିଷ୍ଠା ଦିବସର ଶୁଭକାମନା ଜଣାଇଛନ୍ତି ।

ଗୃହମନ୍ତ୍ରୀ ଅମିତ୍ ଶାହ ଟୁଇଟ୍ କରି କହିଛନ୍ତି ଯେ, ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ପ୍ରତିଷ୍ଠା ଦିବସର ଶୁଭକାମନା । ନିଜର ରକ୍ତ ଝାଳକୁ ଏକ କରି ଅର୍ଥାତ୍ କଠିନ ପରିଶ୍ରମ କରି ବିଜେପିକୁ ଏକ ବିଶାଳ ବଟବୃକ୍ଷ କରିଥିବା ସମସ୍ତ ମହାପୁରୁଷ ମାନଙ୍କୁ ମୋର ପ୍ରଣାମ । ମୋଦୀଙ୍କ ନେତୃତ୍ୱରେ ଦେଶକୁ ଆତ୍ମନିର୍ଭର କରିବାରେ ବିଜେପି ନିରନ୍ତର ପ୍ରୟାସ କରୁଛି । ସେହିପରି ଖଲି ଅମିତ୍ ଶାହ ନୁହଁନ୍ତି ବରଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବହୁ ବରିଷ୍ଠ ନେତା ଟୁଇଟ୍ କରି ପ୍ରତିଷ୍ଠା ଦିବସର ଅଭିନନ୍ଦନ ଜଣାଇଛନ୍ତି ।

ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ଯେଉଁମାନେ ବିଜେପିକୁ ବିରୋଧ କରୁଛନ୍ତି ସେମାନଙ୍କୁ ମଧ୍ୟ ଆମେ ସମ୍ମାନ କରୁ । ହେଲେ କେରଳ, ପଶ୍ଚିମବଙ୍ଗରେ ଆମର କାର୍ଯ୍ୟକର୍ତ୍ତା ମାନଙ୍କ ଉପରେ ହମଲା କରାଗଲା । ସେହିପରି ସିଏଏ କୃଷି ଆଇନକୁ ନେଇ ଲୋକମାନଙ୍କ ମଧ୍ୟରେ ଭୁଲ୍ ଧାରଣା ସୃଷ୍ଟି କରାଗଲା । ଯାହା ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ପାଇଁ ଜାଣିଶୁଣି କରାଯାଇଥିଲା । ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ କରି ସେ କହିଥିଲେ ଯେ, କିଛି ଲୋକ ସେମାନଙ୍କ ବିଫଳତାକୁ ସହି ନ ପାରି ଏପରି କରୁଛନ୍ତି । ସେହିପରି କିଛି ଲୋକଙ୍କର ବିଜେପି ସହ ଶତୃତା ରହିଛି । ତେଣୁ ଏସବୁ ଠାରୁ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ସାବଧାନ ରହିବା ଦରକାର ।

Get real time updates directly on you device, subscribe now.