fbpx

ବିଜେପି ଦେଲା ୭୨ ଘଣ୍ଟା ସମୟ

ଭୁବନେଶ୍ୱର,୨୨ ।୧(ଓଡିଶା ଭାସ୍କର): ଆରଡିସି ଓ ବିଜେପି ପ୍ରତିନିଧି ଦଳ ସହ ଆଲୋଚନା ଶେଷ ହୋଇଛି । ଆଲୋଚନା ସକରାତ୍ମକ ହୋଇଥିବା କହିଛନ୍ତି ବରଗଡ ସାଂସଦ ସୁରେଶ ପୂଜାରୀ । ଏହା ସହ ସେ କହିଛନ୍ତି ଯେ, ‘ଆରଡିସିଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି । ନିଷ୍ପତ୍ତି ପାଇଁ ଆମେ ୭୨ ଘଣ୍ଟା ସମୟ ଦେଇଛୁ । ବିଜେପି ପକ୍ଷରୁ ଏବେ ବି ଆନ୍ଦୋଳନ ଜାରି ରହିଛି । ମଣ୍ଡି ସଂକ୍ରାନ୍ତୀୟ ସମସ୍ୟାକୁ ୨ ଭାଗ କରି ଦିଆଯାଇଛି ।’ ଥାନାରେ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସୁରେଶ ପୂଜାରୀ କହିଛନ୍ତି ।

Get real time updates directly on you device, subscribe now.