fbpx
BSKY
BJD MC SKY
BJD YOUTH SKY

ଦେଶରେ ସବୁଠୁ ଧନୀ ରାଜନୈତିକ ଦଳ ପାଲଟିଲା ବିଜେପି, ଚାନ୍ଦା ଆକାରରେ ମିଳୁଛି କୋଟି କୋଟି ଟଙ୍କା: ଏଡିଆର୍‌ ରିପୋର୍ଟରୁ ମିଳିଲା ତଥ୍ୟ

ନୂଆଦିଲ୍ଲୀ: ଦେଶରେ ସବୁଠୁ ଧନୀ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି (ବିଜେପି) । ଚାନ୍ଦା ଆକାରରେ ପ୍ରତିବର୍ଷ ମିଳୁଛି କୋଟି କୋଟି ଟଙ୍କା । ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମର (ଏଡିଆର) ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି । ଚାନ୍ଦା ବାବଦରେ ବିଭିନ୍ନ କର୍ପୋରେଟ ସଂସ୍ଥାରୁ ବିଜେପି ପାଇଛି ୭୨୦ କୋଟି ୪୦ ଲକ୍ଷ । ୨୦୧୯-୨୦ ଏଡିଆର ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି । ରାଜନୈତିକ ଦଳମାନଙ୍କୁ ପ୍ରତିବର୍ଷ କର୍ପୋରେଟ ଜଗତ କୋଟି କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଥାନ୍ତି । ସବୁ ନାମୀଦାମୀ କମ୍ପାନୀମାନେ ପ୍ରତିବର୍ଷ ଏପରି କରିଥାନ୍ତି । ଏହି ରିପୋର୍ଟରେ କେଉଁ ରାଜନୈତିକ ଦଳମାନଙ୍କୁ କେଉଁ କର୍ପୋରେଟ ସଂସ୍ଥା କେତେ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି ସେନେଇ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି ।

ରିପୋର୍ଟରୁ ପ୍ରକାଶ ଯେ ୨୦୧୯- ୨୦ ଆର୍ଥିକ ବର୍ଷରେ ରାଜନୈତିକ ଦଳମାନଙ୍କୁ ଚାନ୍ଦା ଦେବା କ୍ଷେତ୍ରରେ ସବୁଠୁ ଆଗରେ ରହିଛନ୍ତି ଭାରତୀ ଏଣ୍ଟର ପ୍ରାଇଜେସ୍‌ ଓ ଆଇଟିସି ଭଳି କମ୍ପାନୀ । ଭାରତୀ ଏଣ୍ଟରପ୍ରାଇଜେସ ରାଜନୈତିକ ଦଳମାନଙ୍କୁ ୨୦୧୯- ୨୦ ଆର୍ଥିକ ବର୍ଷରେ ୨୪୭.୭୫ କୋଟି ଟଙ୍କା ଚାନ୍ଦା ଆକାରରେ ଦେଇଛି । ଏହାପୂର୍ବରୁ ୨୦୧୬- ୧୭ ଓ ୨୦୧୭-୧୮ରେ ଏହି କମ୍ପାନୀ ବିଜେପି ଓ କଂଗ୍ରେସକୁ କେବଳ ୪୨୯.୪୨ କୋଟି ଟଙ୍କ ଚାନ୍ଦା ଦେଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସେତେବେଳେ ଏହି କମ୍ପାନୀ ସତ୍ୟ ଇଲେକ୍‌ଟ୍ରୋରାଲ ଟ୍ରଷ୍ଟ ନାମରେ ପରିଚିତ ଥିଲା । ଏହି କ୍ରମରେ ପ୍ରୋଡେଣ୍ଟଇଲେକ୍‌ଟ୍ରୋରାଲ ଟ୍ରଷ୍ଟ ପକ୍ଷରୁ ବିଜେପିକୁ ୨୧୬.୭୫ କୋଟି ଓ କଂଗ୍ରେସକୁ ୩୧ କୋଟି ଚାନ୍ଦା ପ୍ରଦାନ କରାଯାଇଥିଲା । ଚାନ୍ଦା ପାଇବାରେ ବିଜେପି ସବୁଠୁ ଆଗରେ ରହିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ଶ୍ରେଷ୍ଠ ୫ ଦଳକୁ ମିଳିତ ଭାବେ ୯୨୧ କୋଟି ୯୫ ଲକ୍ଷ ଟଙ୍କା କର୍ପୋରେଟ ଚାନ୍ଦା ଆକାରରେ ମିଳିଥିଲା । ଏଥିରୁ ୧୨୦ କୋଟି ୪୦ ଲକ୍ଷ କେବଳ ବିଜେପିକୁ ଦିଆଯାଇଥିଲା । ସେହିରି କଂଗ୍ରେସକୁ ୧୩୩.୦୪ କୋଟି ଓ ଏନସିପିକୁ ୫୭.୦୮ କୋଟି ଟଙ୍କା ଚାନ୍ଦା ମିଳିଥିଲା । ତେବେ ସିପିଆଇକୁ କର୍ପୋରେଟ ଜଗତରୁ କୌଣସି ଚାନ୍ଦା ମିଳିନଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

Get real time updates directly on you device, subscribe now.