fbpx

ବାପାଙ୍କୁ କିଡନୀ ଦେଇ ଉଦାହାରଣ ସୃଷ୍ଟି କଲେ ରୋହିଣୀ, ପ୍ରଶଂସା କଲେ ବିଜେପି ନେତା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳର ଅଧକ୍ଷ ଲାଲୁ ଯାଦବଙ୍କର ଗତକାଲି କିଡନୀ ପ୍ରତ୍ୟାରୋପଣ ହଇଛି । ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଲାଲୁଙ୍କୁ କିଡନୀ ଡୋନେଟ୍ କରିଥିବା ଜଣାପଡିଛି । ତେବେ ଅସ୍ତ୍ରୋପଚାର ପରେ ଉଭୟ ହୋସରେ ଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରୋହିଣୀଙ୍କ ଏପରି କାର୍ଯ୍ୟ ପାଇଁ ଅନେକ ବିଜେପି କର୍ମୀମାନେ ତାଙ୍କୁ ଭୁରୀ ଭୁରୀ ପ୍ରଶଂସା କରିଛନ୍ତି ।
ରୋହୀଣି ଆଚାର୍ଯ୍ୟ ତାଙ୍କ ପିତା ଲାଲୁ ଯାଦବଙ୍କୁ ନିଜର ଗୋଟିଏ କିଡନୀ ଡୋନେଟ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ବିଜେପିର ବରିଷ୍ଠ ନେତା ଗିରୀରାଜ ସିଂହ ରୋହିଣୀଙ୍କୁ ପ୍ରଶଂସା କରିବା ସହ ଆଗାମୀ ପିଢି ପାଇଁ ଆପଣ ଏକ ଉଦାହରଣ ବୋଲି ଟ୍ୱିଟ୍ କରି କହିଛନ୍ତି । ସେ ନିଜ ଟ୍ୱିଟରେ ଏହା ମଧ୍ୟ ଲେଖିଛନ୍ତି ଯେ, “ରୋହିଣୀ ଆଚାର୍ଯ୍ୟ ହେଉଛନ୍ତି ଏକ ଆଦର୍ଶ ଝିଅ । ଏଥିସହିତ ତାଙ୍କର ଏପରି କାର୍ଯ୍ୟକୁ ନେଇ ମୁଁ ଗର୍ବିତ” ।

ସେହିପରି ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ନିଜ ଟ୍ୱିଟରରେ ହସ୍ପିଟାଲର ଅପଡେଟ୍ ଦେବା ସହ ସମସ୍ତଙ୍କୁ ଧନ୍ୟବାଦ ଜଣାଛନ୍ତି । ସେ କହିଛନ୍ତି ଆପଣମାନଙ୍କ ପ୍ରାର୍ଥନା ଏବଂ ଶୁଭକାମନା ପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । କିଡନୀ ଅପରେସନ ପରେ ବାପାଙ୍କୁ ଅପରେସନ ଥିଏଟରରୁ ICUକୁ ନିଆଯାଇଛି । ତେବେ ଡୋନର ରୋହିଣୀ ଆଚାର୍ଯ୍ୟ ଏବଂ ରାଷ୍ଟ୍ରୀୟ ଅଧକ୍ଷ ଉଭୟ ସୁସ୍ଥ ଥିବା ସେ ଟ୍ୱିଟ୍ କରିଛନ୍ତି । ଅଥିସହିତ ସେ ହସ୍ପିଟାଲର ଏକ ଭିଡିଓ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

୭୪ବର୍ଷୀୟ ଲାଲୁ ଅନେକ ସ୍ବାସ୍ଥ୍ୟସମସ୍ୟାରେ ଜଡ଼ିତ ରହିଥିଲେ। ନିକଟ ଅତୀତରେ ସେ କିଡନୀ ପ୍ରତିରୋପଣ ପାଇଁ ସିଙ୍ଗାପୁରରେ ପହଞ୍ଚିଥିଲେ। ସିଙ୍ଗାପୁରରେ ରହୁଥିବା ଝିଅ ରୋହିଣୀ ବାପାଙ୍କୁ ଗୋଟିଏ କିଡନୀ ଦାନ କରିବେ ବୋଲି ନିଷ୍ପତ୍ତି ନେବା ପରେ ଦେଶର ସମସ୍ତ ଝିଅମାନଙ୍କ ପାଇଁ ସେ ଆଦର୍ଶ ବନିଛନ୍ତି।

Get real time updates directly on you device, subscribe now.