fbpx

(Video) ରାସ୍ତାରେ ମଇଁଷିକୁ ଗୋଇଠା ମାରିବା ପଡ଼ିଲା ମହଙ୍ଗା: ଧୁମଧଡାକ୍ ହୋଇ ବାଇକରୁ ଖସିଲେ ୨ ଯୁବକ

ସୋସିଆଲ ମିଡିଆରେ ଅନେକ ଥର ଏପରି କିଛି ଲୋକଙ୍କର ଭିଡିଓ ସାମ୍ନାକୁ ଆସିଥାଏ, ଯେଉଁମାନେ ବିନା କାରଣରେ ସମସ୍ତଙ୍କ ସହ ଲାଗିଥାନ୍ତି । ଅବଶ୍ୟ ଅନେକଥର ଏହାର ପରିଣାମ ତାଙ୍କୁ ତୁରନ୍ତ ମିଳିଯାଏ । ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଯୁବକଙ୍କ କାରନାମା ତାଙ୍କୁ ମହଙ୍ଗା ପଡ଼ିଛି । ବାଇକରୁ ଏପରି ପଡ଼ିଲେ କି ଆଉ ଜୀବନରେ କାହାକୁ ହଇରାଣ କରିବାକୁ ପୂର୍ବରୁ ୧୦ ଥର ଭାବିବେ ।

ତେବେ ଏହି ଘଟଣାର ଏକ ଭିଡିଓକୁ ପ୍ରଶାସନିକ ସେବାର ଜଣେ ଅଧିକାରୀ ଟ୍ୱିଟରରେ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ, କର୍ମର ଫଳ ଅବଶ୍ୟ ମିଳିଥାଏ । ବେଳେବେଳେ ଏହା ଅତି ଶୀଘ୍ର ମିଳିଯାଏ କି, ଆପଣ ବି ଦେଖନ୍ତୁ..! ଏହା ପରେ ସେ ହ୍ୟାସଟ୍ୟାଗ ବ୍ୟବହାର କରି ଲାଇଫଲେସନ୍ ଲେଖିଥିବା ଦେଖିବାକୁ ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଗୋଟିଏ ବାଇକରେ ୨ ଜଣ ଯୁବକ ବସି ରୋଡରେ ଯାଉଥିଲେ । ସେହି ସମୟରେ ରାସ୍ତାରେ ମଇଁଷ ଦେଖାଦେଇଥିଲା । ଛ ସିଟରେ ବସିଥିବା ଯୁବକ ନିଜର ଏକ ଗୋଡ ଉଠାଇ ମଇଁଷିକୁ ହଇରାଣ କରିବା ଉଦ୍ଦେଶ୍ୟରେ ଗୋଇଠା ମାରିଥିଲେ । ଏହି କାରଣ ଯୋଗୁଁ ବାଲାନ୍ସ ଖରାପ ହୋଇଗଲା ଓ ୨ ଯୁବକ ବାଇକରୁ ଖସି କଚାଡି ହୋଇ ତଳେ ପଡ଼ିଥିଲେ ।

Get real time updates directly on you device, subscribe now.