fbpx
BSKY
BJD SHG SKY
BJD MC SKY

ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସର ନୋଟିସ୍‌, ଅପରାହ୍ନ ୪ଟାରେ ହାଜର ହେବାକୁ ନିର୍ଦ୍ଦେଶ

ର।ୟପୁର ୨୩ ।୦୫: ଟୁଲକିଟ୍ ମାମଲାରେ ଏବେ ବିଜେପି ନେତା ତଥା ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ରାୟପୁର ପୋଲିସ ନୋଟିସ୍ ଜାରି କରିଛି । ସମ୍ବିତଙ୍କୁ ପଚରା ଉଚୁରା ପାଇଁ ଏହି ନୋଟିସ୍ ଜାରି କରାଯାଇଥିବା କୁହାଯାଉଛି । ରବିବାର ଅପରାହ୍ନ ୪ଟାରେ ଥାନା ସିଭିଲ ଲାଇନରେ ବ୍ୟକ୍ତିଗତ କିମ୍ବା ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୋଟିସର ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଆଦେଶ ଦିଆଯାଇଛି ।

ସ୍ଥାନୀୟ ଏନଏସୟୁଆଇ ନେତା ଆକାଶ ଶର୍ମା ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ଦେବା ପରେ ପୋଲିସ ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ସୂଚନାଯୋଗ୍ୟ, ପାତ୍ର ମେ ୧୮ରେ ଟ୍ୱିଟରରେ ପୋଷ୍ଟ କରି ଲେଖିଥିଲେ ଯେ, କଂଗ୍ରେସ ଟୁଲକିଟ୍ ମୋଦୀ ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ ଚଳାଇଛି ।

ସମ୍ବିତ ପାତ୍ର ଏହା ମଧ୍ୟ କହିଥିଲେ, ରାହୁଲ ଗାନ୍ଧୀ ପ୍ରତି ଦିନ ସକାଳେ ଯେଉଁ ସବୁ ଟୁଇଟ୍ କରୁଛନ୍ତି ତାହା ମଧ୍ୟ ଏହି ଟୁଲକିଟର ଅଂଶ ବିଶେଷ । ଏହା ଜରିଆରେ ସରକାରଙ୍କୁ ବଦନାମ କରାଯାଉଛି । ଜାଣିଶୁଣି କୁମ୍ଭ ମେଳାକୁ ବଦନାମ କରିବାକୁ ଅଯଥା ବିବାଦୀୟ ବୟାନ ଦିଆଯାଉଛି । କିନ୍ତୁ ଇଦ ଉପରେ ସବୁ ନିରବ ରହୁଛନ୍ତି। ଅନ୍ୟପଟେ କଂଗ୍ରେସ ବିଜେପି ନେତାଙ୍କ ଉପରେ ନକଲି ଦସ୍ତାବିଜ ଜରିଆରେ ବଦନାମ କରୁଥିବା ଅଭିଯୋଗ ଆଣିଛି ।

ଉଲ୍ଲେଖନୀୟ ଛତିଶଗଡ ଏନଏସୟୁଆଇ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । ଟୁଲକିଟ ମାମଲାରେ ଏନଏସୟୁଆଇର ରାଜ୍ୟ ସଭାପତି ଆକାଶ ଶର୍ମା ରାୟପୁର ସିଭିଲ ଲାଇନ ଥାନାରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.