fbpx

ଗୁଜରାଟରେ BJP ଆଗରେ: ପଛରେ ପଡ଼ିଛନ୍ତି AAP ଓ Congress

ନୂଆଦିଲ୍ଲୀ: ଆଜି ସାରା ଦେଶର ନଜର ଗୁଜରାଟ ବିଧାନସଭା ନିର୍ବାଚନର ଫଳାଫଳ ଉପରେ ରହିଛି । ଗତ ୧ ଓ ୫ ତାରିଖରେ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୬୩.୧୪ ପ୍ରତିଶତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୯.୧୧ ପ୍ରତିଶତ ମତଦାନ ହୋଇଥିଲା । ଏକଜିଟ ପୋଲର ଆକଳନ ବିଜେପି ସପକ୍ଷରେ ଯାଇଥିଲା । ଗତ ୨୭ ବର୍ଷ ଧରି ରାଜ୍ୟରେ ବିଜେପି ଶାସନରେ ରହିଥିବା ବେଳେ ଏଥର କିନ୍ତୁ ଘମାଘୋଟ ଲଢ଼େଇ ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମସ୍ଥାନ ଗୁଜରାଟ ହୋଇଥିବାରୁ ଏହି ନିର୍ବାଚନ ତାଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଗତକାଲି ଦିଲ୍ଲୀ ନଗର ନିଗମ (ଏମସିଡି) ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା । ସେଥିରେ ଆମ୍ ଆଦମୀ ପାର୍ଟି (ଆପ) ବିଜେପିର ୧୫ ବର୍ଷର ରାଜୁତି ଉପରେ ରୋକ ଲଗାଇଥିଲା । ଦିଲ୍ଲୀ, ପଞ୍ଜାବ ପରେ ପ୍ରଥମ ଥର ପାଇଁ ଗୁଜରାଟରେ ଆପ୍ ନିଜର କାୟା ବିସ୍ତାର ପ୍ରୟାସରେ ରହିଛି । ଯଦି ଗୁଜରାଟ ନିର୍ବାଚନରେ ଆପ୍ ଭଲ ପ୍ରଦର୍ଶନ କରେ, ତେବେ ବିଜେପିକୁ ଲାଗିବ ଡବଲ ଝଟକା । ବିଭିନ୍ନ କାରଣରୁ ଗୁଜରାଟ ନିର୍ବାଚନ ବିଜେପି ପାଇଁ ଗୁରୁତ୍ୱ ବହନ କରୁଛି ।

ତେବେ ଏହା ମଧ୍ୟରେ ଆଜି ଗୁଜରାଟ ବିଧାନସଭା ନିର୍ବାଚନର ଭୋଟି କାଉଣ୍ଟିଂ ଅପଡେଟ୍ ସାମ୍ନାକୁ ଆସିଛି । ରାଜ୍ୟ ବିଧାନସଭାର ମୋଟ ୧୮୨ଟି ସିଟ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଏହି ନିର୍ବାଚନରେ ମ୍ୟାଜିକ ନମ୍ବର ରହିଛି ୯୨ । ତେବେ ସଦ୍ୟ ରିପୋର୍ଟ ମୁତାବକ, ବିଜେପି ୨୫ଟି ସିଟରେ ବିଜୟ ଲାଭ କରିବା ସହ ୧୨୭ଟି ସିଟରେ ଆଗୁଆ ରହିଛି । ଅନ୍ୟପକ୍ଷରେ କଂଗ୍ରେସ ୨ଟି ସିଟରେ ବିଜୟ ସହ ୧୯ଟିରେ ଆଗୁଆ ରହିଛି । ସେହିପରି ଆପ କୌଣସି ଆସନରେ ଜିତି ପାରିନଥିବା ବେଳେ ୬ଟି ଆସନରେ ଆଗୁଆ ରହିଛି ।

Get real time updates directly on you device, subscribe now.