fbpx

ରାଉଣ୍ଡ ୧୦ ଫଳାଫଳ: ବିଜୟ ଆଡକୁ ବଢ଼ି ଚାଲିଛନ୍ତି ବର୍ଷା, ବିଜେପି ନିରାଶ

ଭୁବନେଶ୍ୱର: ପଦ୍ମପୁରରେ ଏବେ ବିଜେଡି ଆଉ ବିଜେପି ମଧ୍ୟରେ କଡା ଟକ୍କର ଚାଲିଥିବା ବେଳେ ଏବେ ସୁଦ୍ଧା ବର୍ଷା ବରିହା ପ୍ରଦୀପଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି । ଆଜି ଉପନିର୍ବାଚନ ଫଳାଫଳ ଆସିବାକୁ ଥିବା ବେଳେ ଏବେ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି । ଗଣତି ଚାଲିଛି । ଏହା ସହିତ ପଦ୍ମପୁରବାସୀ କାହାକୁ ବିଜୟ କରାଇବେ ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି । ବର୍ତ୍ତମାନର ସ୍ଥିତି ହିସାବରେ କହିବାକୁ ଗଲେ ବିଜେଡି ଆଉ ବିଜେପି ଭିତରେ ବ୍ୟବଧାନ ମଧ୍ୟ ଏତେ ଅଧିକ ନାହିଁ । କୌଣସି ମୂହୁର୍ତ୍ତରେ କିଛି ବି ପରିବର୍ତ୍ତନ ହୋଇପାରେ ।

ତେବେ ୧୦ ମ ରାଉଣ୍ଡର ଗଣତି ଚାଲିଛି ଯେଉଁଥିରେ ଏବେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ବିଜେଡିର ବର୍ଷା ବରିହାଙ୍କୁ ୫୪୧୭୩ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୩୪୭୪୮ ଖଣ୍ଡ ଭୋଟ ମିଳିଛି । ଏହା ସହିତ କଂଗ୍ରେସକୁ ୧୯୯୨ ଖଣ୍ଡ ଭୋଟ ମିଳିଛି । ଏବେ ପ୍ରଦୀପ ବର୍ଷାଙ୍କ ଠାରୁ  ଆଗୁଆ ରହିଛନ୍ତି ।

ତେବେ ଆଗାମୀ ୫ବର୍ଷ ହେବ ବିଜେଡି ପଦ୍ମପୁରରେ ତାର ପତିଆର ମେଲାଇ ଆସିଥିବା ବେଳେ ଏବେ ମଧ୍ୟ ପୁଣି ଥରେ ଶାସନକୁ ଫେରିବ ବୋଲି ଆଶା କରୁଛି । ଏହା ସହିତ ଧାମନଗରରେ ବିଜେଡି ଯେଉଁ ଭୁଲ କରିଥିଲା ତାହାକୁ ସୁଧାରିବାରେ ସଫଳ ହେବ ବୋଲି ଆଶା କରୁଛି । ପଦ୍ମପୁର ହାତେଇବା ସହିତ ଜିତିବାର ଟ୍ରାକ ରେକର୍ଡକୁ ଫେରି ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିବ ବୋଲି ଆଶା କରୁଛି ।

ତେବେ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବା ସହିତର କଡା ସୁରକ୍ଷା ବଳୟ ଭିତରେ ଏହି ଗଣତି ଚାଲିଛି । ରାଉଣ୍ଡ ଗଣତି ଯେତେ ବଢ଼ୁଛି ବିଜେଡିର ଜିତିବା ଆଶା ମଧ୍ୟ ସେତେ ବଢ଼ୁଛି । ତେବେ ଦେଖିବା ବାକି ରହିଲା ପଦ୍ମପୁର ଆସନରେ ଶାସନ ଭାର କିଏ ସମ୍ଭାଳିବ ।

Get real time updates directly on you device, subscribe now.