fbpx

‘Operation Lotus’ରୁ ବର୍ତ୍ତିବା ପାଇଁ ହିମାଚଳ ବିଧାୟକଙ୍କୁ ରାଜସ୍ଥାନ ଶିଫ୍ଟ କରିବ କଂଗ୍ରେସ: ସୂତ୍ର

ନୂଆଦିଲ୍ଲୀ: ବିଜେପିର ‘ଅପରେସନ ଲୋଟସ’ର ପ୍ରଭାବରୁ ବର୍ତ୍ତିବା ପାଇଁ ହିମାଚଳ ପ୍ରଦେଶର ବିଧାୟକମାନଙ୍କୁ ରାଜସ୍ଥାନକୁ ଶିଫ୍ଟ କରିବାକୁ ଯୋଜନା କରୁଛି କଂଗ୍ରେସ । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ବରିଷ୍ଠ ନେତା ଭୂପିନ୍ଦର ସିଂହ ହୁଦାଙ୍କୁ ଏହି ଶିଫ୍ଟିଂ ଟାସ୍କ ଦିଆଯାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ବିଧାୟକମାନଙ୍କୁ ଏକ ବସ୍ ଯୋଗେ ରାଜସ୍ଥାନକୁ ଶିଫ୍ଟ କରାଯିବ । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ବ୍ୟକ୍ତିଗତ ଭାବେ ଏହି ଯୋଜନାରୁ ମନିଟରିଂ କରିବା ସହ ସେ ଆଜି ଶିମଲାରେ ପହଞ୍ଚିବେ ବୋଲି ଜଣାପଡ଼ିଛି ।

ଗତ ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶର ୬୮ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ଜନସାଧାରଣ ମତଦାନ କରିଥିଲେ । ରାଜ୍ୟର ୫୫ ଲକ୍ଷ ଭୋଟରଙ୍କ ମଧ୍ୟରୁ ୭୫ ପ୍ରତିଶତ ସେମାନଙ୍କର ମତଦାନ କରିଥିଲେ । ମୋଟ ୪୧୨ ଜଣ ପ୍ରାର୍ଥୀ ଏହି ନିର୍ବାଚନ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ଆଜି ରାଜ୍ୟର ନିର୍ବାଚନଳ ଫଳାଫଳ ସାମ୍ନାକୁ ଆସିବ । ରାଜ୍ୟର ପରମ୍ପରା ଅନୁସାରେ ପରବର୍ତ୍ତୀ କ୍ଷମତା କଂଗ୍ରେସ ହାତକୁ ଯିବା ଦରକାର ବୋଲି କୁହାଯାଉଛି ।

ତେବେ ହିମାଚଳ ପ୍ରଦେଶରେ ସରକାର ଗଠନ ନେଇ କଂଗ୍ରେସ ଆଶାବାଦୀ ରହିଛି । ବେକାରୀ ସମସ୍ୟା, ଦର ବୃଦ୍ଧି, ପୁରୁଣା ପେନସନ ଯୋଜନା ସହିତ ଅନ୍ୟ ନିତିଦିନିଆ ସମସ୍ୟା ମଧ୍ୟରେ ଜନସାଧାରଣ କାଳାତିପାତ କରୁଛନ୍ତି । ରାଜ୍ୟବାସୀ ଠିକ୍ ସମୟରେ ଏହାର ଜବାବ ଦେବେ । ଗତ କିଛିବର୍ଷ ଧରି କଂଗ୍ରେସ କୌଣସି ଗୋଟିଏ ରାଜ୍ୟରେ ବି ବିଜୟ ଟିକା ପିନ୍ଧିବାରୁ ବଞ୍ଚିତ ହୋଇଛି । ଦଳ କେବଳ ରାଜସ୍ଥାନ ଓ ଛତିଶଗଡ଼ରେ କ୍ଷମତାରେ ରହିଛି । ଏହି ଦୁଇ ରାଜ୍ୟରେ ଆସନ୍ତା ୨୦୨୩ରେ ବିଧାନସଭା ନିର୍ବାଚନ ହେବ । ତେବେ ହିମାଚଳ ପ୍ରଦେଶରୁ ପୁଣି ଥରେ ଦଳର ପୁନର୍ଜୀବନ ଆରମ୍ଭ ହେବ ବୋଲି ଦଳୀୟ ମହଲରୁ ଜଣାପଡ଼ିଛି ।

Get real time updates directly on you device, subscribe now.