fbpx
BSKY
BJD SHG SKY
BJD YOUTH SKY

୨୦୨୪ ପାଇଁ ୧୪୪ ସିଟ୍ ଉପରେ କାହିଁକି ଫୋକସ୍ କରୁଛି ବିଜେପି ? କଣ ରହିଛି ଦଳର ରଣନୀତି, ଜାଣନ୍ତୁ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ପାଖାପାଖି ଦୁଇ ବର୍ଷ ବାକି ରହିଛି। ହେଲେ ଭାରତୀୟ ଜନତା ପାର୍ଟି ହାଟ୍ରିକ ବିଜୟ ପାଇଁ ନୂତନ ରଣନୀତି ଉପରେ କାମ କରିବା ଆରମ୍ଭ କରି ଦେଇଛି। ୨୦୧୯ ନିର୍ବାଚନରେ ଦଳ ହାରିଥିବା ୧୪୪ ସିଟ୍ ଉପରେ ଅଧିକ ଫୋକସ୍ ଦେବାକୁ ଅଣ୍ଟା ଭିଡିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଏବଂ ପାର୍ଟିର ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏହି ସିଟ୍ ଉପରେ ଯୋଜନା ପ୍ରସ୍ତୁତି ନେଇ ମନ୍ତ୍ରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି ବିଜେପି ଶାସିତ ରାଜ୍ୟକୁ ଛାଡି ଦଳ ହାରିଥିବା ସିଟ୍ ପ୍ରତି କାହିଁକି ଏତେ ରୁଚି ଦେଖାଉଛି?
ଦଳୀୟ ସୂତ୍ର ଅନୁଯାୟୀ, ବିଜେପି ନିର୍ବାଚନ ସମୟରେ ଦେଶର ଯେଉଁ ଯେଉଁ ସଂସଦୀୟ କ୍ଷେତ୍ରରେ ଦ୍ଵିତୀୟ କିମ୍ବା ତୃତୀୟ ସ୍ଥାନରେ ରହିଥିଲା, ସେଠାରେ ଦଳ ନିଜର ସ୍ଥିତି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ ପାର୍ଟି ପ୍ରତି ମନ୍ତ୍ରୀଙ୍କୁ ୨-୩ ସିଟ୍ ଆବଣ୍ଟନ କରି ତୃଣମୂଳ ସ୍ତରରେ ପାର୍ଟିର ସାଂଗଠନିକ ମଜବୁତ କରିବାକୁ ଉଦ୍ୟମ ଚଳାଇଛି।ବିଜେପି ୨୦୧୯ ଲୋକସଭା ନିର୍ବାଚନରେ ୧୦ଟି ରାଜ୍ୟରେ ସମସ୍ତ ଆସନ ଜିତିବାରେ ସଫଳ ହୋଇଥିଲା। ଏଥିରେ ରାଜସ୍ଥାନ ଏବଂ ଗୁଜରାଟ ପରି ରାଜ୍ୟ ସାମିଲ୍। ଅନ୍ୟପଟେ କେରଳ ଏବଂ ତାମିଲନାଡୁ ପରି ୧୧ଟି ରାଜ୍ୟରେ ଦଳ ଖାତା ଖୋଲି ପାରିନଥିଲା। ଏହା ବାଦ୍ ମହାରାଷ୍ଟ୍ର ଏବଂ ବିହାର ପରି ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିବାରେ ସହଯୋଗୀ ଦଳଗୁଡିକର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥିଲା।

ବିଜେପି ସର୍ବଦା ଲୋକସଭା ସହିତ ବିଧାନସଭା ନିର୍ବାଚନରେ ମଧ୍ୟ ନିଜର ସମସ୍ତ ବଳ ପ୍ରୟୋଗ କରିଥାଏ। ବିଧାନସଭା ନିର୍ବାଚନ ଜିତିବା ଦ୍ଵାରା ଲୋକସଭା ନିର୍ବାଚନରେ ସଫଳତାହାର ଅଧିକ ରହିଥାଏ ବୋଲି ବିଶେଷଜ୍ଞ କହିଛନ୍ତି। ତେଣୁ ବିଜେପି କେବଳ ଭୋଟ୍ ପ୍ରତିଶତ ବୃଦ୍ଧି ଉପରେ ଧ୍ୟାନ ଦେଉ ନାହିଁ ବରଂ ଅଧିକରୁ ଅଧିକ ଆସନ କେମିତି ଜିତିହେବ ସେ ନେଇ ଦଳ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି। ବିଶେଷ କରି ସେହି ଆସନ ପାଇଁ ଯେଉଁଠି ଦଳ ୨୦୧୯ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିଲା।
୨୦୧୪ ଲୋକସଭା ନିର୍ବାଚନରେ ୨୮୨ ଏବଂ ୨୦୧୯ରେ ୩୦୦ରୁ ଅଧିକ ଆସନ ହାତେଇ ଥିବା ବିଜେପି ୨୦୨୪ ନିର୍ବାଚନରେ ୩୫୦ରୁ ଅଧିକ ସିଟ୍ ଜିତିବାକୁ ଲକ୍ଷ୍ୟ ରଖିଛି। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ଵତ ମଧ୍ୟ କହିଛନ୍ତି ଯେ, ଆମର ଲକ୍ଷ୍ୟ ଏବେ ୩୫୦ ଆସନରେ ଯାଇ ସମାପ୍ତ ହେବ। ବିହାରରେ ୩୫ ସିଟ୍ ଜିତିବାକୁ ଆମେ ଲକ୍ଷ୍ୟ ରଖିଛୁ। ଆଗାମୀ ନିର୍ବାଚନରେ ବିଜେପି ୧୦୦ ପ୍ରତିଶତ ପ୍ରଦର୍ଶନ କରିବ ଏବଂ ପୁଣି ଥରେ ଇତିହାସ ଦୋହରାଇବ ଏବଂ ନୂତନ ରେକର୍ଡ ପ୍ରତିଷ୍ଠା ହେବ।

କିନ୍ତୁ ବିଜେପି ପାଇଁ ବିରୋଧୀ ମାନେ ରାସ୍ତା ସଫା ରଖି ନାହାନ୍ତି , ଏବେ ମଧ୍ୟ ବିଜେପି ପାଇଁ ବିରୋଧୀ ମାନେ କଣ୍ଟା ସାଜିଛନ୍ତି । କିଭଳି ବିରୋଧୀଙ୍କୁ ହରେଇ ହେବ ତାହା କୁ ନେଇ ନୂଆ ରରଣନୀତି ପାଞ୍ଚୁଛନ୍ତି ବିରୋଧୀ । ଦଳୀୟ କାର୍ଯ୍ୟକାରିଣୀ ବୈଠକ ଡାକି ଦଳକୁ ତୃଣ ମୂଳ ସ୍ତରରୁ କିଭଳି ଆହୁରି ସୁଦୃଢ଼ କରି ହେବ ତାହାକୁ ନେଇ ବିଭିନ୍ନ ଆଲୋଚନ ହେଉଛି । ବିରୋଧୀ ମାନେ ତାଙ୍କର ଉଦ୍ୟମ ଜାରି ରଖିବା ସହିତ ଏବେ ଠାରୁ ହୋମୱାର୍କ ଆରମ୍ଭ କରି ଦେଲେଣି । କେଉଁ ଆସନରୁ କିଭଳି ଭାବରେ ବିଜେପିକୁ ମାତ ଦେଇ ହେବ ଏହା ଉପରେ ବର୍ତ୍ତମାନ ନଜର ରଖିଛନ୍ତି । ଆଉ ଯଦି ବିରୋଧୀ ମାନେ ତାଙ୍କର ଯୋଜନାରେ ସଫଳ ହୁଅନ୍ତି ତେବେ ହାଟ୍ରିକ ମାରୁଥିବା ବିଜେପିକୁ ଧରାଶାୟୀ ହେବାରୁ କେହି ରୋକି ପାରିବେ ନାହିଁ ।ତେବେ ଏକତା ହିଁ ବଳ ଯଦି ବିରୋଧୀ ମାନଙ୍କ ମଧ୍ୟରେ ଏକତା ରହିଲା ତେବେ ଏହା ସମ୍ଭବ ହୋଇପାରେ ଆଉ ଯଦି ବିରୋଧୀ ମାନେ ନିଜ ଭିତରେ କାମୁଡା କାମୁଡି ହେଲେ ତେବେ ଏହାର ଫାଇଦା ବିଜେପି ହିଁ ଉଠାଇବ । ଶାସକୁ ଫେରିବା ସହ ଆସନରେ ମଧ୍ୟ ବସିବ ।

Get real time updates directly on you device, subscribe now.