fbpx

ବିନା ପାସପୋର୍ଟରେ ବିଦେଶ ଗସ୍ତ, ବିନା ଲାଇସେନ୍ସରେ ଡ୍ରାଇଭିଂ, ନିୟମଠୁ ଉପରେ ରହିବେ ବ୍ରିଟେନର ନୂତନ ରାଜା

ନୂଆଦିଲ୍ଲୀ: ବ୍ରିଟେନରେ ମହାରାଣୀଙ୍କ ନିଧନକୁ ‘ଅପରେସନ ଲଣ୍ଡନ ବ୍ରିଜ’ ନାମରେ ଜଣାଯାଏ। ଏହା ଏକ ପ୍ରକାରର ‘ପ୍ରୋଟୋକଲ’, ଯାହାକୁ ବକିଂହାମ ପ୍ୟାଲେସ ଗୁରୁବାର ୯୬ ବର୍ଷୀୟ ମହାରାଣୀଙ୍କ ନିଧନର ଘୋଷଣା ପରେ ଲାଗୁ କରାଯାଇଛି। ଏଥିସହ ‘ଅପରେସନ ସ୍ପ୍ରିଙ୍ଗ ଟାଇଡ୍’ ମଧ୍ୟ ଲାଗୁ ହୋଇଛି, ଯାହା ଅନୁସାରେ ମହାରାଣୀ ଏଲିଜାବେଥ ଦ୍ଵିତୀୟଙ୍କ ପୁତ୍ର ତଥା ଉତ୍ତରାଧିକାରୀ ପ୍ରିନ୍ସ ଚାର୍ଲ୍ସ ୭୩ ବର୍ଷ ବୟସରେ ମହାରାଜ ଚାର୍ଲ୍ସ ତୃତୀୟ ଭାବେ ଦେଶର ରାଜଗାଦିରେ ବିରାଜମାନ ହୋଇଛନ୍ତି।
ଏଲିଜାବେଥ ଦ୍ଵିତୀୟଙ୍କ ଦେହାନ୍ତ ପରେ ତାଙ୍କ ପୁଅ ସେଠାକାର ରାଜା ହେବେ। ବ୍ରିଟେନର ନୂତନ ରାଜା ବିନା ପାସପୋର୍ଟରେ ଯାତ୍ରା କରି ପାରିବେ ଏବଂ ବିନା ଲାଇସେନ୍ସରେ ମଧ୍ୟ ଗାଡି ଚଳାଇ ପାରିବେ। ଏଥିସହ ସେ ବର୍ଷରେ ଦୁଇ ଥର ନିଜର ଜନ୍ମଦିନ ପାଳନ କରିବାର ପରମ୍ପରା ଜାରି ରଖି ପାରିବେ।
ଦରକାର ନାହିଁ ପାସପୋର୍ଟ ଏବଂ ଲାଇସେନ୍ସ:
କିଙ୍ଗ୍ସ ଚାର୍ଲ୍ସ ତୃତୀୟ ନିୟମଠୁ ଉର୍ଦ୍ଧ୍ଵରେ ରହିବେ। ସେ ବିନା ପାସପୋର୍ଟରେ ବିଦେଶ ଯାତ୍ରା କରି ପାରିବେ। ତାଙ୍କୁ ନିଜ ନାମରେ ରହିଥିବା କୌଣସି ଦସ୍ତାବିଜର ଆବଶ୍ୟକତା ପଡିବ ନାହିଁ। ଏହା ବ୍ୟତୀତ ବ୍ରିଟେନର ରାଜା ଏକମାତ୍ର ବ୍ୟକ୍ତି ହେବେ ଯିଏ ବିନା ଲାଇସେନ୍ସରେ ଗାଡି ଚଳାଇ ପାରିବେ।

ସାର୍ବଜନୀନ ଉତ୍ସବ:
ଉଲ୍ଲେଖନୀୟ, ସାର୍ବଜନୀନ ଉତ୍ସବ ଭାବେ ଦ ଟ୍ରୁପିଂ ଦ କଲର ୨୫୦ରୁ ଅଧିକ ବର୍ଷ ହେବ ପାଳନ କରାଯାଇ ଆସୁଛି। ଏହି ସମୟରେ ୧୪୦୦ରୁ ଅଧିକ ସୈନିକ, ୨୦୦ ଘୋଡା ଏବଂ ୪୦୦ ସଙ୍ଗୀତକାର ନିଜର କଳାକୃତି ପରିବେଷଣ କରିଥାନ୍ତି। ରୟାଲ ଏୟାର ଫୋର୍ସ ଫ୍ଲାଇ ପାଷ୍ଟ ସହିତ କାର୍ଯ୍ୟକ୍ରମକୁ ଅନ୍ତିମ ରୂପ ଦେଇଥାନ୍ତି। ରାଜ ପରିବାରର ସଦସ୍ୟ ମଧ୍ୟ ଲଣ୍ଡନରେ ସ୍ଥିତ ବର୍କିଂହାମ ପ୍ୟାଲେସର ବାଲକୋନିରୁ ଏହାର ଆନନ୍ଦ ଉଠାଇଥାନ୍ତି।

ମତଦାନ କରିବେ ନାହିଁ:
ବ୍ରିଟିଶ ସମ୍ରାଟ ନା ଭୋଟ୍ ଦେବେ ନା ସେ କୌଣସି ନିର୍ବାଚନ ପାଇଁ ପ୍ରାର୍ଥୀ ହୋଇ ପାରିବେ। ରାଜ୍ୟର ପ୍ରମୁଖ ଭାବେ ସେ ରାଜନୈତିକ ମାମଲାରେ ନିରପେକ୍ଷ ରହିବେ। ସେ ସଂସଦୀୟ ଅଧିବେଶନର ମିଳିତ ସମାବେଶର ଉଦଘାଟନୀ ଦିନରେ ସାମିଲ୍ ହୋଇଥାନ୍ତି। ସଂସଦ ଦ୍ଵାରା ନିର୍ମିତ ଆଇନକୁ ମଞ୍ଜୁରୀ ଦେଇଥାନ୍ତି। ଏଥିସହ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ସହିତ ସାପ୍ତାହିକ ବୈଠକ କରିଥାନ୍ତି।

Get real time updates directly on you device, subscribe now.