fbpx
BSKY
BJD MC SKY
BJD YOUTH SKY

ଛୁଆଙ୍କ ସାମ୍ନାରେ ବୋହୂକୁ ଗଡ଼ାଇ ତଡ଼ାଇ ମାଡ଼ ମାରିଲେ ଶାଶୁ ଶ୍ବଶୁର, ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ: ବିହାରର ଅରାରିଆ ଜିଲ୍ଲାରେ ଏକ ଭିଡିଓ ନିଆଁ ପରି ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଶାଶୁ ତାଙ୍କ ବୋହୂକୁ ଅତି ନିର୍ମମ ଭାବେ ମାରପିଟ୍ କରୁଛନ୍ତି | ଭିଡ଼ିଓରେ ମହିଳା ଜଣଙ୍କୁ ଏତେ ନିର୍ଦ୍ଦୟ ଭାବରେ ମାଡ଼ ମରାଯାଉଛି ଯେ, ସାମାନ୍ୟ ଭୁଲ ହେଲେ ମହିଳା ଜଣଙ୍କର ଜୀବନ ମଧ୍ୟ ଚାଲିଯାଇ ପାରେ। ଭିଡିଓ ଭାଇରାଲ ହେବା ପରେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ଜୋକିହାଟ ପୋଲିସ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାରୁ ଅଭିଯୁକ୍ତ ଶାଶୁଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଗତ ବୁଧବାର ଅପରାହ୍ନରେ ବିହାରର ଅରାରିଆ ଜିଲ୍ଲାର ମାଟିୟାରି ଗାଁରେ ଏହି ଘଟଣା ଘଟିଥିଲା । ଶାଶୁ ଶ୍ବଶୁର ବୋହୁକୁ ଅକଥନୀୟ ମାଡ଼ ମାରୁଥିବା ସମୟରେ ଗାଁର କେହି ଜଣେ ବ୍ୟକ୍ତି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରି ଦେଇଥିଲେ ।

ଭିଡିଓରେ ଅଭିଯୁକ୍ତ ଶ୍ୱଶୁର ସାଦୀର ଏବଂ ଶାଶୁ ଖୁଦାଇଜା ନିଜ ପୁଅ ଇଶ୍ଫାକଙ୍କ ପତ୍ନୀ ରେହାନାଙ୍କୁ ଅତି ଅମାନୁଷିକ ଭାବେ ମାଡ ମାରୁଥିବା ଭାଇରାଲ ହେବାରେ ଲାଗିଛି । ତେବେ ଏହି ସବୁ ଘଟଣା ଘଟୁଥିବା ସମୟରେ ଉକ୍ତ ମହିଳାଙ୍କୁ ସ୍ଥାନୀୟ ଲୋକ ରକ୍ଷା କରିଛନ୍ତି । ତେବେ ମହିଳା ଜଣଙ୍କୁ ତାଙ୍କ ଶାଶୁ, ଶ୍ୱଶୁର କାହିଁକି ଏପରି ମାଡ଼ ମାରୁଥିଲେ ସେ ବିଷୟରେ କିଛି ସୂଚନା ମିଳିପାରି ନାହିଁ ।

ଅନ୍ୟପକ୍ଷେ, ଘଟଣାର ଭିଡିଓ ଭାଇରାଲ ହେବା ପରେ ଅଭିଯୁକ୍ତ ଶାଶୁ ଶ୍ବଶୁର ଗାଁ ଛାଡି ଫେରାର ହୋଇଯାଇଛନ୍ତି। ତେବେ ଏହି ପ୍ରସଙ୍ଗରେ ବୋହୂ ରେହାନାଙ୍କ ତରଫରୁ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ। ଏହି ପ୍ରସଙ୍ଗରେ ଜୋକିହାଟ ଏସଏଚଓ (SHO) ଘନଶ୍ୟାମ କୁମାର କହିଛନ୍ତି ଯେ, ଏପର୍ଯ୍ୟନ୍ତ ତାଙ୍କୁ ଘଟଣାରେ କୌଣସି ଲିଖିତ ଅଭିଯୋଗ ପ୍ରଦାନ କରାଯାଇ ନାହିଁ। ତେବେ ଘଟଣା ବିଷୟରେ ବରିଷ୍ଠ ଅଧିକାରୀମାନେ ମଧ୍ୟ ସେମାନଙ୍କୁ ଏହି ବିଷୟରେ ସୂଚନା ଦେଇଛନ୍ତି। ଲିଖିତ ଅଭିଯୋଗ ପାଇବା ପରେ ଅଭିଯୁକ୍ତ ଶାଶୁ ଶ୍ବଶୁରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଏଚଓ ସୂଚନା ପ୍ରଦାନ କରିଛନ୍ତି।

Get real time updates directly on you device, subscribe now.