ଆମେ ଆମ ରସୁସ୍ଥ ଶରୀର ପାଇଁ ଅନେକ ପ୍ରକାର ସ୍ୱାସ୍ଥ୍ୟକର ଖାଦ୍ୟ ସହିତ ବିଭିନ୍ନ ପ୍ରକାର ଫଳ ମଧ୍ୟ ଖାଇଥାଉ । ତେବେ ପିଜୁଳୀ ମଧ୍ୟ ଏପରି ଏକ ଫଳ ଯାହାକୁ ଖାଇବାକୁ ଅନେକ ଲୋକ ପସନ୍ଦ କରୁଥିବାବେଳେ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଭାରତରେ ପିଜୁଳୀକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ଏଥିରେ ଥିବା ଫାଇବର, ପ୍ରୋଟିନ୍, ଭିଟାମିନ୍ ସି, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏତତ୍ ବ୍ୟତୀତ ଏହି ଫଳରେ ଫୋଲେଟ୍ ଏବଂ ବିଟା କାରୋଟିନ୍ ମଧ୍ୟ ରହିଥାଏ ।କିନ୍ତୁ ବିଶେଷଜ୍ଞଙ୍କ ମତରେ ଏହି ଫଲ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ । କିଛି ବ୍ୟକ୍ତି ପିଜୁଳୀ ଠାରୁ ଦୂରେଇ ରହିବା ଆବଶ୍ୟକ । ବର୍ତ୍ତମାନ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତି ପିଜୁଳୀ ଖାଇବା ଉଚିତ୍ ନୁହେଁ ।
ଏହି ଲୋକମାନେ ଗୁଆ ଖାଇବା ଉଚିତ୍ ନୁହେଁ :
୧.ଥଣ୍ଡା କାଶ ଥିବା ଲୋକ : ଯେଉଁବ୍ୟକ୍ତିମାନଙ୍କର ଥଣ୍ଡା, କାଶ ଭଳି ସମସ୍ୟା ରହିଛି ସେମାନେ ପିଜୁଳୀ ଖାଇବା ଉଚିତ୍ ନୁହେଁ । କାରଣ ଏହାଲ ଏକ ଥଣ୍ଡା ଜାତୀୟ ଫଳ । ଯାହାକି ।ପମଙ୍କ ସମସ୍ୟାକୁ ଅଧିକ ବଢାଇ ଦେଇଥାଏ । ବିଶେଷକରି ରାତିରେ ପିଜୁଳୀ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ନଚେତ୍ ଥଣ୍ଡା ହେବାର ଆଶଙ୍କା ବଢିଯାଇଥାଏ ।
୨.ଇରିଟେଟ୍ ବଉଲ୍ ସିଣ୍ଡ୍ରୋମ୍ ଥିବା ରୋଗୀ: ପିଜୁଳୀ ହେଉଛି ଏକ ଫାଇବର ସମୃଦ୍ଧ ଖାଦ୍ୟ ଯାହା ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ କୋଷ୍ଠକାଠିନ୍ୟର ସମସ୍ୟାକୁ ମଧ୍ୟ ଦୂର କରିଥାଏ, କିନ୍ତୁ ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଏହି ଫଳକୁ ଅତ୍ୟଧିକ ସେବନ କରିବା ଦ୍ୱାରା ଏହା ହଜମ ପ୍ରକ୍ରିୟାରେ ବହୁତ ଖରାପ ପ୍ରଭାବ ପକାଇଥାଏ । ବିଶେଷକରି ଯେଉଁମାନେ ଇରିଟେଟ୍ ବଉଲ୍ ସିଣ୍ଡ୍ରୋମ୍ରେ ପୀଡିତ ସେମାନେ କମ ପିଜୁଳୀ ଖାଇବା ଆବଶ୍ୟକ ।
୩.ଫୁଲି ଯାଉଥିବା ବ୍ୟକ୍ତି: ପିଜୁଳୀରେ ପ୍ରଚୁର ପରିମାଣେରେ ଫ୍ରୁଟକୋଜ୍ ଏବଂ ଭିଟାମିନ୍ ‘ସି’ ରହିଥାଏ । ତେଣୁ ଯେଉଁ ବ୍ୟକ୍ତିଙ୍କର ଫୁଲିବା ରୋଗ ଅଛି ସେମାନେ ଏହି ଫଳକୁ ଅତ୍ୟଧିକ ମାତ୍ରାରେ ଖାଇବା ଉଚିତ୍ ନୁହେଁ । ପିଜୁଳୀରେ ଥିବା ପ୍ରାକୃତିକ ଚିନି ଫୁଲିବା ସମସ୍ୟାକୁ ଅଧିକ ମାତ୍ରାରେ ସୃଷ୍ଟି କରିପାରେ ସାହାଯ୍ୟ କରେ । ତେଣୁ ପିଜୁଳୀ ଖାଇବା ପରେ ତୁରନ୍ତ ଶୋଇବାକୁ ଚେଷ୍ଟା କରନ୍ତୁ ।
୪. ମଧୁମେହ ରୋଗୀ: ପିଜୁଳୀ ହେଉଛି ଏକ ଲୋ ଗ୍ଲାଇସେମିକ୍ ଇଣ୍ଡେକ୍ସ ଫଳ । ଯେଉଁଥିପାଇଁ ପ୍ରାୟତ ମଧୁମେହ ରୋଗୀଙ୍କୁ ଏହି ଫଳ ଖାଇବାକୁ ପରାମର୍ଶ ଦିଆଯାଏ । ଏହାକୁ ସୀମିତ ପରିମାଣରେ ଖାଇଲେ ଏହା ଲାଭଦାୟକ ହୋଇଥାଏ । କିନ୍ତୁ ଏହାକୁ ଅତ୍ୟଧିକ ମାତ୍ରାରେ ସେବନ କଲେ ଏହା ଶରୀରରେ ସୁଗାରର ମାତ୍ରାକୁ ବଢାଇଥାଏ । କାରଣ ପିଜୁଳୀରେ ପ୍ରାକୃତିକ ଚିନି ଥାଏ । ଯାହାକି ମଧୁମେୟ ରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ।