fbpx
BJD SKY
BJD SKY

SBI-HDFC-ICICI ବ୍ୟାଙ୍କ ପାଇଁ ବଡ଼ ଖବର: ଜୋରିମାନାରୁ ବର୍ତ୍ତିବା ପାଇଁ କରନ୍ତୁ ଏହି କାମ

BJD

ନୂଆଦିଲ୍ଲୀ: ଯଦି ଆପଣଙ୍କର ଆକାଉଣ୍ଟ୍ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସବିଆଇ), ଏଚଡିଏଫସି କିମ୍ବା ଆଇସିଆଇସିଆଇ ବ୍ୟାଙ୍କରେ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଆକାଉଣ୍ଟ ଖୋଲିବା ଉପରେ ଅନେକ ସୁବିଧା ଦିଆଯାଉଛି । କିନ୍ତୁ ଏହି ସୁବିଧାଗୁଡ଼ିକର ଲାଭ ଉଠାଇବାକୁ ଆପଣଙ୍କୁ କିଛି ନିୟମର ପାଳନ କରିବାକୁ ପଡିବ ।
ସର୍ବନିମ୍ନ ବାଲାନ୍ସ ମେଣ୍ଟେନ କରିବା

ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ପରେ ଆପଣଙ୍କୁ ସେଥିରେ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାକୁ ପଡ଼ିବ । ସର୍ବନିମ୍ନ ହାରାହାରି ବାଲାନ୍ସ ଅଧୀନରେ ବ୍ୟାଙ୍କ ଦ୍ୱାରା ସ୍ଥିର ହୋଇଥିବା ବାଲାନ୍ସ ଆକାଉଣ୍ଟରେ ମେଣ୍ଟେନ କରିବାକୁ ପଡିବ । ଯଦି ଆପଣ ଏହି ବାଲାନ୍ସ ବଜାୟ ରଖିବାରେ ସକ୍ଷମ ନୁହଁନ୍ତି, ତେବେ ବ୍ୟାଙ୍କ ପକ୍ଷରୁ ପେନାଲ୍ଟି ଚାର୍ଜ ଲାଗିଯାଏ । ପ୍ରତ୍ୟେକ ବ୍ୟାଙ୍କ ହାରାହାରି ଲିମିଟ୍ ସ୍ଥିର କରିଥାଏ, ଗ୍ରାହକଙ୍କୁ ସର୍ବଦା ସେହି ଲିମିଟ୍ ପର୍ଯ୍ୟନ୍ତ ଆକାଉଣ୍ଟରେ ଟଙ୍କା ରଖିବା ଆବଶ୍ୟକ ।

ବ୍ୟାଙ୍କଗୁଡ଼ିକର ନିଜସ୍ୱ ସ୍ଥିର ହାରାହାରି ସର୍ବନିମ୍ନ ବାଲାନ୍ସ ରହିଛି । କେତେକ ବ୍ୟାଙ୍କର ସମାନ ଲିମିଟ୍ ଥିବାବେଳେ କେତେକ ବ୍ୟାଙ୍କର ଲିମିଟ୍ ଅଲଗା ରହୁଛି । ତେବେ ଆସନ୍ତୁ ଜାଣିବା ଏସବିଆଇ, ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏଚଡିଏଫସି ବ୍ୟାଙ୍କର ସର୍ବନିମ୍ନ ବାଲାନ୍ସ ବିଷୟରେ ଆସନ୍ତୁ ଜାଣିବା…

SBI :-
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ସେଭିଂ ଆକାଉଣ୍ଟରେ କେତେ ସର୍ବନିମ୍ନ ବାଲାନ୍ସ ରହିବ, ଏହା ଆପଣ କେଉଁଠାରେ ରୁହନ୍ତି ତାହା ଉପରେ ନିର୍ଭର କରେ । ଏସବିଆଇ ଆକାଉଣ୍ଟରେ ସର୍ବନିମ୍ନ ସୀମା ସହର ଅନୁଯାୟୀ ଏକ ହଜାରରୁ ତିନି ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି । ଗ୍ରାମାଞ୍ଚଳ ପାଇଁ ଏହା ହେଉଛି ୧୦୦୦ ଟଙ୍କା । ଯଦି ଆପଣଙ୍କର ଏକ ଅର୍ଦ୍ଧ ସହରୀ କ୍ଷେତ୍ର ଶାଖାରେ ଆକାଉଣ୍ଟ ଅଛି, ତେବେ ଆପଣଙ୍କୁ ଆପଣଙ୍କ ଆକାଉଣ୍ଟରେ ୨,୦୦୦ ଟଙ୍କା ରଖିବାକୁ ପଡିବ । ଏହା ବ୍ୟତୀତ ମେଟ୍ରୋ ସହରରେ ଏହି ସୀମା ୩୦୦୦ ଟଙ୍କା ରହିଛି ।

HDFC :-
ଏଚଡିଏଫସି ରେ ହାରାହାରି ସର୍ବନିମ୍ନ ବାଲାନ୍ସ ସୀମା ଆପଣଙ୍କ ବାସସ୍ଥାନ ଉପରେ ନିର୍ଭର କରେ । ସହରଗୁଡିକରେ ଏହି ସୀମା ୧୦,୦୦୦ ଟଙ୍କା ରହିଛି । ଏଥି ସହିତ ଅର୍ଦ୍ଧ ସହରାଞ୍ଚଳରେ ୫୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳରେ ୨୫୦୦ ଟଙ୍କା ସୀମା ରହିଛି ।

ICICI ବ୍ୟାଙ୍କ ଲିମିଟ୍:-
ଆଇସିଆଇସିଆଇ ବ୍ୟାଙ୍କର ଆକାଉଣ୍ଟରେ ଏଚଡିଏଫସି ପରି ସମାନ ସର୍ବନିମ୍ନ ବାଲାନ୍ସ ବଜାୟ ରଖିବାକୁ ପଡିବ । ଏଠାରେ ସହରାଞ୍ଚଳ ଆକାଉଣ୍ଟଧାରୀଙ୍କ ପାଇଁ ୧୦,୦୦୦, ଅର୍ଦ୍ଧ ସହରୀ ପାଇଁ ୫୦୦୦ ଟଙ୍କା ଏବଂ ଗ୍ରାମାଞ୍ଚଳ ପାଇଁ ୨୫୦୦ ଟଙ୍କା ଲିମିଟ୍ ମେଣ୍ଟେନ ରଖିବା ଆବଶ୍ୟକ ।

କିଛି ସ୍ପେଶାଲ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସର ନିୟମ ଲାଗୁ କରାଯାଇ ନାହିଁ । ଯେପରିକି ବ୍ୟାଙ୍କ ଆକାଉଣ୍ଟରେ ପ୍ରଧାନ ମନ୍ତ୍ରୀ ଜନ ଧନ ଯୋଜନା ସହିତ ଜଡିତ ଆକାଉଣ୍ଟ, ବେସିକ୍ ସେଭିଂ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟ, ପେନସନଭୋଗୀଙ୍କ ସେଭିଂ ଆକାଉଣ୍ଟ, ସାଲାରୀ ଆକାଉଣ୍ଟ ଏବଂ ନାବାଳକଙ୍କ ସଞ୍ଚୟ ଆକାଉଣ୍ଟରେ ଏହି ନିୟମ ଲାଗୁ ହୁଏ ନାହିଁ ।

Get real time updates directly on you device, subscribe now.