fbpx

ବିଜେପି ବିଧାୟକଙ୍କୁ ଅଶ୍ଲୀଳ ଭିଡିଓର ଡର ଦେଖାଇ ବ୍ଲାକମେଲ କରୁଥିଲେ ଦଳର ନେତ୍ରୀ, ଆଉ ଏବେ…

Advertisement

ହରିଦ୍ୱାର: ହରିଦ୍ୱାରର ଜ୍ୱାଲାପୁର ବିଧାନସଭାର ବିଧାୟକ ସୁରେଶ ରାଠୌରଙ୍କୁ ଏକ ଅଶ୍ଲୀଳ ଭିଡିଓର ଡର ଦେଖାଇ ଟଙ୍କା ମାଗୁଥିବା ଘଟଣା ସାମ୍ନାକୁ ଆସିଛି । ଟଙ୍କା ନମିଳିଲେ ଫଟୋକୁ ଭାଇରାଲ କରିବାକୁ ଧମକ ଦେଇ ମୋଟା ଅଙ୍କର ଟଙ୍କା ମଗାଯାଉଥିଲା ।

ତେବେ ବିଜେପି ବିଧାୟକ ସୁରେଶ ରାଠୌରଙ୍କୁ ବ୍ଲାକମେଲ କରୁଥିବା ମାମଲାରେ ଜଣେ ମହିଳା ନେତ୍ରୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ମହିଳା ନିଜକୁ ବିଜେପିର ନେତ୍ରୀ କହୁଥିବା ବେଳେ ଅନ ୨/୩ ଜଣ ନିଜକୁ ସାମ୍ବାଦିକ କହୁଛନ୍ତି ।

ଅନ୍ୟପଟେ ବିଧାୟକ ଅଭିଯୋଗ କରିଛନ୍ତି ଯେ, କିଛି ଲୋକ ଏକ ଭିଡିଓକୁ ନେଇ ତାଙ୍କୁ ବ୍ଲାକମେଲ କରୁଛନ୍ତି । ଏହା ବଦଳରେ ସେମାନେ ମୋଟା ଅଙ୍କର ଟଙ୍କା ଦାବି କରୁଛନ୍ତି । ବିଧାୟକଙ୍କ ଅଭିଯୋଗକୁ ଭିତ୍ତି କରି ଜଣେ ମହିଳା ସମେତ ଗିରଫ କରାଯାଇଥିବା ୫ ଜଣଙ୍କୁ ଗିରଫ କରାଯାଇ ଜେଲ ପଠାଯାଇଛି ।

ମାମଲା ଜ୍ୱାଲାପୁର ବିଜେପି ବିଧାୟକଙ୍କ ସହ ଜଡିତ ଥିବାରୁ ପୋଲିସ ଅତି ସତର୍କତାର ସହ ମାମଲାର ଯାଞ୍ଚ କରୁଛି । ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ବିଜେନ୍ଦ୍ର ଓ ସୁରେଖା ଦେବୀ ବହାଦରାବାଦର ହୋଇଥିବା ବେଳେ ସତିଶ ଦାସ ଓ ସୁଖରାମ ଦାସ ଗାଗଲ ହେଡି ସହାରନପୁରର ଓ ରଣବୀର ଗୌତମ ବେଲଡା ଋଡକିର ବାସିନ୍ଦା ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.