fbpx

ଓଡ଼ିଶାରୁ ଆଉ ୩୪ ଜୀବନ ନେଲା ମହାମାରୀ, ଅନୁଗୁଳରୁ ସର୍ବାଧିକ

ଭୁବନେଶ୍ବର (ଓଡ଼ିଶା ଭାସ୍କର):  ଓଡ଼ିଶା କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ରେକର୍ଡ ଭାଙ୍ଗୁଛି ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୪ ଜୀବନ ନେଲା ମହାମାରୀ କରୋନା । ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୨ ହଜାର ୬୧୮କୁ ବୃଦ୍ଧି ।  ଅନୁଗୁଳରୁ ସର୍ବାଧିକ ୫ ଜଣ ଲେଖାଏଁ କୋଭିଡ ରୋଗୀ ମୃତ ହୋଇଛି।ଦିନକରେ ଆଉ ୬ ହଜାର ୭୩୬  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୭୭୪ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨ହଜାର ୯୬୨  ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ସଂଖ୍ୟା ୭,୩୨,୭୩୯ କୁ ବୃଦ୍ଧି ପାଇଛି ।

ଅନୁଗୁଳରୁ ସର୍ବାଧିକ ୫ ଜଣ, ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ, ବୌଦ୍ଧ, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଳାରୁ ୩ ଜଣ ଲେଖାଏଁ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରୁ ୨ ଜଣ ଲେଖାଏଁ, ଢ଼େଙ୍କାନାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା।

Get real time updates directly on you device, subscribe now.