fbpx
BJD SKY
BJD SKY

BJP ବିଧାୟକଙ୍କ ଇସ୍ତଫା: ଆସନ୍ତା ମାସରେ ନିର୍ବାଚନ, କାହିଁକି ନେଲେ ଏପରି ନିଷ୍ପତ୍ତି

BJD

ନୂଆଦିଲ୍ଲୀ: ସାରା ଦେଶରେ ଏବେ ରାଜନୈତିକ ପରିସ୍ଥିତି ସରଗରମ୍ ହୋଇ ଉଠିଛି । ଆସନ୍ତାମାସରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାରୁ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ପ୍ରସ୍ତୁତି ଚଳାଇଛନ୍ତି । ଆସନ୍ତା ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ, ଓଡ଼ିଶାର ଝାରସୁଗୁଡ଼ା ବିଧାନସଭା ଆସନ ଓ ପଞ୍ଜାବର ଜଳନ୍ଧର ଲୋକସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିସହିତ ଆଗକୁ କିଛି ରାଜ୍ୟରେ ମ୍ୟୁନିପାଲ କର୍ପୋରେସନ ଭୋଟ ହେବାର ଅଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ଖବର ଖବର ସାମ୍ନାକୁ ଆସିଛି । କର୍ଣ୍ଣାଟକ ବିଜେପି ବିଧାୟକ ନେହରୁ ଓଲେକାର ଦଳରୁ ଇସ୍ତଫା ଦେଇଛନ୍ତି । ଦଳୀୟ ଟିକେଟ ନ ମିଳିବାରୁ ଓଲେକାର ପାର୍ଟି ଛାଡ଼ିଥିବା ବେଳେ ଏହାକୁ ନେଇ ରାଜ୍ୟ ବିଜେପିରେ କନ୍ଦଳ ଦେଖାଯାଇଛି । ପୂର୍ବରୁ ମଧ୍ୟ ଏକାଧିକ ଦଳୀୟ ନେତା ଟିକେଟ ପାଇବାରୁ ବଞ୍ଚିତ ହୋଇ ଓ ଅନ୍ୟ କାରଣରୁ ଦଳ ଛାଡ଼ିଥିଲେ । ତେବେ ସେ ଜେଡିଏସ ଟିକେଟରେ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଓଲେକାର କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଅନୁଷ୍ଠିତ ହୋଇ ୧୩ରେ ଫଳାଫଳ ଘୋଷଣା ହେବ । ଗତଥର ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିନଥିବା ବେଳେ ଏଥର ରାଜ୍ୟରେ ବିରୋଧୀ କଂଗ୍ରେସର ସ୍ଥିତି ଭଲ ରହିଛି । ରାଜ୍ୟର ଏଥର କଂଗ୍ରେସ ସରକାର ଗଠନ କରିପାରେ ବୋଲି କିଛି ଜାତୀୟ ଗଣମାଧ୍ୟମ ସଂସ୍ଥାରୁ ସର୍ଭେରୁ ସ୍ପଷ୍ଟ ହୋଇଛି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକ ଦଖଲ ପାଇଁ ବହୁ ରାଲିରେ ସାମିଲ ହେବା ନେଇ ଦଳ ଯୋଜନା କରିଛି ।

Get real time updates directly on you device, subscribe now.